ଅନ୍ତବସ୍ତ୍ରରେ ଲୁଚାଇନେଉଥିଲେ ୩୦ ଲକ୍ଷର ସୁନା, ଆଶ୍ଚର୍ଯ୍ୟ ହୋଇଗଲେ ଆୟକର ଅଧିକାରୀ

ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବାବେଳେ ଏଭଳି ଜଣେ ଚାଲାଣକାରୀଙ୍କୁ ଧରାଯାଇଛି ଯାହାକୁ ନେଇ ଖୋଦ ଆୟକର ବିଭାଗର ଅଧିକାରୀମାନେ ବି ତାଜୁବ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଜଣେ ଯୁବକ ମହିଳା ଅନ୍ତବସ୍ତ୍ରରେ ପାଖାପାଖି ୩୦ ଲକ୍ଷ ଟଙ୍କାର ସୁନା ଲୁଚାଇ ନେଇଯାଉଥିଲେ | ତେବେ ଯାଞ୍ଚ ସମୟରେ ଆୟକର ବିଭାଗ ପକ୍ଷରୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା ଏହାପରେ ଆୟକର ବିଭାଗର ଅଧିକାରୀମାନେ ତାଙ୍କୁ ଯାଞ୍ଚ କରିଥିଲେ |

ଏହି ଯାଞ୍ଚ ସମୟରେ ଅଧିକାରୀମାନେ ଚାରିଟି ସୁନା ତାର ସହ ୬ଟି ସୁନା ବିସ୍କୁଟ ଜବତ କରିଥିଲେ | ଏହି ଯୁବକ ଜଣକ ଋଷିଆର ମସ୍କୋରୁ ଦିଲ୍ଲୀ ଆସୁଥିଲେ |

ବଡ କଥା ହେଉଛି ଯେ ଆୟକର ବିଭାଗର ଅଧିକାରୀଙ୍କୁ ଚକମା ଦେବା ପାଇଁ ଯୁବକ ଜଣକ ମହିଳାଙ୍କ ଅନ୍ତବସ୍ତ୍ର ଓ ଭ୍ୟାନିଟି ବ୍ୟାଗରେ ସୁନା ଲୁଚାଇ ଆଣୁଥିଲେ ଏହାପରେ ଯାଞ୍ଚ ଅଧିକାରୀମାନେ ଏହି ଅନ୍ତବସ୍ତ୍ର ଓ ଭ୍ୟାନିଟିରୁ ସୁନା ଜବତ କରିଥିଲେ | ଜବତ ହୋଇଥିବା ସୁନାର ଓଜନ ୭୯୪ ଗ୍ରାମ ହୋଇଥିବାବେଳେ ଯୁବକଙ୍କୁ ହେପାଜତକୁ ନିଆଯାଇଛି |

ସମ୍ବନ୍ଧିତ ଖବର