ପୁଣେ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ଗାଡ଼ି ଯାଞ୍ଚକୁ ଜୋରଦାର କରିଛି ପୁଲିସ । ପୁଣେରେ ଏପରି ଏକ ଯାଞ୍ଚ ଚାଲିଥିବାବେଳେ ଏକ ଗାଡ଼ିରୁ ୧୩୮ କୋଟି ଟଙ୍କା ମୂଲ୍ୟର ସୁନା ମିଳିଛି । ଏହା ଦେଖି ପୁଲିସ ତାଜୁବ ହୋଇଯାଇଛି । ଏହି ସୁନାକୁ ଜବତ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସର ସୂଚନା ଅନୁସାରେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲା ସୀମାରେ ଯାନବାହନ ଯାଞ୍ଚ କରାଯାଉଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଗାଡ଼ିର ଡ୍ରାଇଭର ମୁମ୍ବାଇରୁ ସୁନା ନେଇ ଆସୁଥିଲେ । ଚେକପୋଷ୍ଟରେ ପୁଲିସ ଗାଡ଼ି ଅଟକାଇ ଖାନତଲାସୀ କରିଥିଲା । ଏତିକିବେଳେ ସୁନା ଥିବା ସନ୍ଧାନ ପାଇଥିଲା ପୁଲିସ ।
ଏଠାରେ ପ୍ରଶ୍ନ ଉଠୁଛି, କିଏ ୧୩୮ କୋଟି ଟଙ୍କାର ସୁନାର ମାଲିକ? ଏଥିରେ କୌଣସି ରାଜନୈତିକ ଦଳର ସଂପୃକ୍ତି ଅଛି କି ? ପୁଲିସ ଓ ଆୟକର ବିଭାଗ ଟିମ୍ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ମଧ୍ୟରେ ୧୩୮ କୋଟି ଟଙ୍କାର ସୁନା ଜବତ ହେବା ପରେ ହଇଚଇ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/25/KxbFfDJ2teKmRU4eWfAj.jpg)