ସୁନା ଚୋରାଚାଲାଣ ମାମଲା, ଆଲୋକ ବର୍ମାଙ୍କୁ ଘେରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ସୀମାଶୁଳ୍କ ଅଧିକାରୀମାନେ ପ୍ରାୟ ୪କିଲୋ ସୁନା ଜବତ କରିଥିଲେ। ଉକ୍ତ ସୁନା ଚୋରାଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ସିଟି ପୋଲିସ ସୁରକ୍ଷିତ ଭାବେ ସହର ବାହାରକୁ ନେଇଯାଇଥିଲେ। ସେହି ସମୟରେ ଦିଲ୍ଲୀର ପୋଲିସ କମିସନର ଥିଲେ ପୂର୍ବତନ ସିବିଆଇ ନିର୍ଦେଶକ ଆଲୋକ ବର୍ମା। ତେଣୁ ବର୍ମାଙ୍କ କାର୍ଯ୍ୟକାଳ ସମୟରୁ ସୁନା ଚୋରାଚାଲାଣ ମାମଲାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବ ସିବିଆଇ। ଉକ୍ତ ସୁନା ଚୋରାଚାଲାଣ ମାମଲାରେ ବର୍ମାଙ୍କ ଭୂମିକା ସନ୍ଦେହଜନକ ଥିବା କୁହାଯାଉଛି। ଉକ୍ତ ମାମଲାରେ ଦିଲ୍ଲୀର ତତ୍କାଳୀନ ଡେପୁଟି କମିଶନର ରାଜ କୁମାରଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ସେତେବେଳର ପୁଲିସ କମିସନର ବର୍ମା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେଣୁ, ସିଭିସି ବର୍ମାଙ୍କ ସମ୍ପୃକ୍ତିକୁ ନେଇ ଅନୁସନ୍ଧାନ କରିବା ପାଇଁ ସିବିଆଇକୁ ସୁପାରିଶ କରିଥିବା ପ୍ରକାଶ। ସ୍ମରଣଯୋଗ୍ୟ, ବର୍ମା ସିବିଆଇ ନିର୍ଦେଶକ ଥିବାବେଳେ ସଂସ୍ଥାର ଅନ୍ୟ ଜଣେ ଅଧିକାରୀ ରାକେଶ ଆସ୍ଥାନା ବର୍ମାଙ୍କ ବିରୋଧରେ ଗତ ଅଗଷ୍ଟ ମାସରେ କିଛି ସାଂଘାତିକ ଅଭିଯୋଗ ଆଣିଥିଲେ। ଆସ୍ଥାନା କ୍ୟାବିନେଟ ସଚିବଙ୍କୁ ଉକ୍ତ ଅଭିଯୋଗ ଗୁଡିକ ଚିଠି ଜରିଆରେ ଜଣାଇବା ପରେ ସିବିଆଇ ବିବାଦ ମଧ୍ୟକୁ ଆସିଥିଲା ଏବଂ ରାତାରାତି ସିବିଆଇ ମୁଖ୍ୟ ଥିବା ବର୍ମାଙ୍କୁ ହଠାଇଦିଆଯାଇଥିଲା।

ସମ୍ବନ୍ଧିତ ଖବର