ବିମାନ ବନ୍ଦର ମଇଳାଗଦାରୁ ମିଳିଲା ୩୧ ଲକ୍ଷ ଟଙ୍କାର ସୁନା

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ମଙ୍ଗଳବାର ସକାଳେ ଏକ ଅଜଣା ପ୍ୟାକେଟ ପଡିଥିବା ଦେଖି ଲୋକଙ୍କ ମଧ୍ୟରେ ହୃଦ୍‌ସ୍ପନ୍ଦନବଢିଯାଇଥିଲା |

ଖବର ମିଳିବା ପରେ ସିଆଇଏସଏଫର ବରିଷ୍ଠ ଅଧିକାରୀ ବମ ନିରୋଧକ ଟିମ ସହ ଘଟଣାସ୍ଥଳରେ ପହଂଚିଥିଲେ | ଛାନଭିନ ପରେ ପ୍ୟାକେଟ ଖୋଲାଯାଇଥିଲା | ଏଥିରୁ ୪ଟି ସିଗାରେଟ ପ୍ୟାକେଟ ମିଳିଥିଲା| ସିଗାରେଟ ପ୍ୟାକେଟ ଭିତରୁ ୪ଟି ସୁନା ବିସ୍କୁଟ ଜବତ ହୋଇଥିଲା | ଯାଞ୍ଚ ସମୟରେ ଜଣାପଡିଛି ଯେ ସୁନାର ଓଜନ ପାଖାପାଖି ଏକ କିଲୋଗ୍ରାମ ଥିଲା |

ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ସୁନାର ମୂଲ୍ୟ ପାଖାପାଖି ୩୧ ଲକ୍ଷ ଟଙ୍କା ହେବାର ଆକଳନ କରାଯାଇଛି | ଛାନଭିନ ପରେ ସିଆଇଏସଏଫ ଅଧିକାରୀ ଏୟାରପୋର୍ଟ କଷ୍ଟ୍ୟୁମ୍‌ ବିଭାଗକୁ ଏହି ସୁନା ବିସ୍କୁଟକୁ ହସ୍ତାନ୍ତର କରାଯାଇଛି ସିଆଇଏସଏଫ ଅଧିକାରୀ ଏହି ସୁନା ଆଣିଥିବା ବ୍ୟକ୍ତିଙ୍କୁ ସିସିଟିଭିରେ ଖୋଜାଚାଲିଛି |

ସିଆଇଏଫ ପକ୍ଷରୁ କୁହାଯାଇଛି ସକାଳ ୬ଟା ସମୟରେ ସୂଚନା ମିଳିଥିଲା ଯେ ଟର୍ମିନାଲ ୩ରେ ଥିବା ୨୭ ନମ୍ବର ବାଥରୁମରେ ଥିବା ଅଳିଆ ଗଦା ଭିତରେ ଏହି ପ୍ୟାକେଟଟି ପଡିଥିଲା ସ୍କାନର ମେସିନ ଦ୍ୱାରା ପ୍ୟାକେଟ୍ରେ କିଛି ସନ୍ଦିଗ୍ଧ ଜିନିଷ ନ ଥିବା ସ୍ପଷ୍ଟ ହୋଇଥିଲା |ଏହାପରେ ଟିମ ପକ୍ଷରୁ ଏହି ପ୍ୟାକେଟକୁ ଖୋଲାଯାଇଥିଲା ଏଥିରେ ୪ଟି ସିଗାରେଟ ପ୍ୟାକେଟ ଥିଲା |

ତେବେ ସିଗାରେଟ ବଦଳରେ ଏଥିରେ ୪ଟି ସୁନା ବିସ୍କୁଟ ରହିଥିଲା ପ୍ରତିପ୍ୟାକେଟରେ ୨୫୦ ଗ୍ରାମର ୪ଟି ସୁନା ବିସ୍କୁଟ ଥିଲା ପୋଲିସ ଏହି ଘଟଣାର ତଦନ୍ତ କରୁଛି | ବିମାନ ବନ୍ଦର କର୍ତୃପକ୍ଷ ଅନୁମାନ କରୁଛନ୍ତି ଯେ ବିଦେଶରୁ ସୁନା ନେଇ ଆସିବାବେଳେ ଧରାପଡିଯିବା ଭୟରେ ମଇଳାଗଦାରେ ପକାଇ ଚାଲିଯାଇଥିଲା|

ସମ୍ବନ୍ଧିତ ଖବର