ବିମାନ ସିଟ ତଳୁ ମିଳିଲା ସାଢ଼େ ୪କୋଟି ଟଙ୍କାର ସୁନା

ମୁମ୍ବାଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଶନିବାର ମୁମ୍ବାଇ ଏୟାରପୋର୍ଟରୁ ଏକ ବିମାନର ତିନିିଟି ସିଟି ତଳୁ ପାଖାପାଖି ସାଢ଼େ ୪କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି। ଡିଆରଆଇ ଏହି ମାମଲାରେ ସମ୍ପୃକ୍ତ ଥିବା ତିନିଜଣ ଯାତ୍ରୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ମଧ୍ୟ ନିଜ ଦୋଷକୁ ସ୍ୱୀକାର କରି ନେଇଛନ୍ତି। ସୁନା ଲୁଚାଇବା ପାଇଁ ତାଙ୍କୁ ଦୁବାଇର ମୋହମ୍ମଦ ଭାଇ ଟଙ୍କାର ଲୋଭ ଦେଖାଯାଇଥିଲେ ବୋଲି କହିଛନ୍ତି।

ଅଭିଯୁକ୍ତ ଇମରାନ୍‌ ତଜନିମ, ଫରହତ ଶେଖ୍‌ ଓ ଧର୍ମେଶ ସୋନି ଅଧିକାରୀଙ୍କୁ କହିଛନ୍ତି, ମୋହମ୍ମଦ ଭାଇ ସମ୍ପର୍କରେ ଆମେ ବିଶେଷ କିଛି ଜାଣି ନାହୁଁ। ମୋହମ୍ମଦ ଦୁବାଇରୁ ଏହି ସୁନା ଆମକୁ ଦେଇଥିଲେ। ଯେତେବେଳେ ଏହି ବିମାନ ଭାରତରେ ଘରୋଇ ଯାତ୍ରା ଆରମ୍ଭ କରିବ ସେତେବେଳେ କେତେକ ବ୍ୟକ୍ତି ଏହାକୁ ସଂଗ୍ରହ କରିନେବେ ବୋଲି ସେ କହିଥିଲେ। ତେବେ ଏହି ସୁନାକୁ କିଏ ନେବେ ତାହା ଆମକୁ ଜଣାନାହିଁ। ଆମକୁ ସନ୍ଦେହ ହେଉଛି ସୁନା ଦେଇଥିବା ଲୋକ ସହିତ ଜଡ଼ିତ ଥିବା ବ୍ୟକ୍ତି ମୁମ୍ବାଇରୁ ବୋଧ ହୁଏ ଏହି ବିମାନରେ ଯାତ୍ରା କରିବାର ଥିଲା। ଏହି ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା। ସୋନି ଓ ଶେଖ୍‌ ମୁମ୍ବାଇରେ ବସବାସ କରନ୍ତି ଓ ଇମରାନ୍‌ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି। ମୁମ୍ବାଇରେ ବିମାନରୁ ଓହ୍ଲାଇବା କ୍ଷଣି ଡିଆରଆଇ ଏହି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସାଢ଼େ ୪କୋଟି ସୁନା ଜବତ କରିନେଇଥିଲା।

ଚାଲାଣକାରୀମାନେ ଏଭଳି ଉପାୟ ଆପଣାଇବାର ମୁଖ୍ୟ କାରଣ ଘରୋଇ ଯାତ୍ରୀଙ୍କୁ ଯାଞ୍ଚ ଏଜେନ୍ସି ବେଶି ଦୃଷ୍ଟି ଦେଇ ନଥାଆନ୍ତି। ଗତକିଛି ଦିନ ହେବ ଜଣେ ବ୍ୟବସାୟୀଙ୍କଠାରୁ ୪କୋଟିର ଟଙ୍କାର ସୁନା ଜବତ କରାଯାଇଥିଲା। ସେ ହଂକକଂଗରୁ ଆସୁଥିଲେ।

ସମ୍ବନ୍ଧିତ ଖବର