ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା ୬.୨୪ କୋଟି ଟଙ୍କା ମୂଲ୍ୟର ଚୋରା ସୁନା; ୬ ଗିରଫ 

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରୁ ଆଜି ସନ୍ଧ୍ୟାରେ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସର ଅଧିକାରୀମାନେ ୬.୨୪ କୋଟି ଟଙ୍କା ମୂଲ୍ୟର ଚୋରା ସୁନା ଜବତ କରିଛନ୍ତି। ଜବତ ହୋଇଥିବା ସୁନାର ପରିମାଣ ୧୭.୯ କିଲୋଗ୍ରାମ୍‌ ଥିବା ଜଣାପଡ଼ିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କେତେକ ଚୋରା ଚାଲାଣକାରୀ ଚେନ୍ନାଇ ବିମାନ ବନ୍ଦର ଦେଇ ବିପୁଳ ପରିମାଣର ଚୋରା ସୁନା ଚାଲାଣ କରୁଥିବା ସଂପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ କାଳରେ ଚୋରା ଚାଲାଣକାରୀମାନେ ଚେନ୍ନାଇ ବିମାନ ବନ୍ଦର ଦେଶ ବାହାରକୁ ଚୋରାଚାଲାଣ କରୁଥିବା ୧୭.୯ କିଲୋଗ୍ରାମ ଓଜନର ୬.୨୪ କୋଟି ମୂଲ୍‌୍ୟର ଚୋରା ସୁନାକୁ ଜବତ କରିବାରେ ସମର୍ଥ ହୋଇଥିଲେ। ପରେ ଏହି ଘଟଣା ସଂପର୍କରେ ତଦନ୍ତ କରି ସୁନା ଚୋରା ଚାଲାଣରେ ସଂପୃକ୍ତ ଥିବା ୬ ଜଣ ଚୋରା ଚାଲାଣକାରୀଙ୍କୁ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସର ଅଧିକାରୀମାନେ ଗିରଫ କରିଥିଲେ। ଏହି ଚୋରା ସୁନା କାରବାରରେ ଏକ ଅନ୍ତର୍ଜାତିକ ଗ୍ୟାଙ୍ଗ୍‌ର ସଂପୃକ୍ତି ଥିବା ଜଣା ପଡ଼ିବା ପରେ ଏବେ ସେ ନେଇ ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର