ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ଟଙ୍କାର ସୁନା ଚୋରି

ନୂଆଦିଲ୍ଲୀ: ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରି ମାମଲା ଥଣ୍ଡା ପଡ଼ିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୁଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।

ଜାମନଗର ଡିଭିଜନର ଜନୈକ ପୁଲିସ ଅଧିକାରୀ କହିଛନ୍ତି କି, ଏହି ସୁନା ଭୂଜ କଷ୍ଟମ ବିଭାଗର ଥିଲା। ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ଏଂି ସୁନା  ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୁନା ନେବାକୁ ପହଞ୍ଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା ଚୋରି ହୋଇ ଯାଇଛି ।

ପୁଲିସ ଅଧିକାରୀଙ୍କ କହିବା ମୁତାବକ, ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଭୂଜ କଷ୍ଟମ ବିଭାଗର କୋଠା ଭାଙ୍ଗିପଡିବାରୁ ୩.୧୪୯.୩୯୮ ଗ୍ରାମର ଜବତ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ସୁନାକୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଜାମନଗର କଷ୍ଟମ ବିଭାଗକୁ ଦିଆଯାଇଥିଲା । ୨୦୧୬ ମସିହରେ ଭୁଜ କଷ୍ଟମ କାର୍ଯ୍ୟାଳୟ ପୁନନିର୍ମାଣ ସରିବା ପରେ ଜାମନଗର କାର୍ଯ୍ୟାଳୟରେ ଥିବା ସୁନା ନେବାକୁ ସେମାନେ ଜାମନଗର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରୁ ସେମାନେ ଯେଉଁ ସୁଟକେସରେ ସୁନା ଦେଇଥିଲେ ସେହି ସୁଟକେସ୍ ନେବା ବେଳେ ସୁଟକେସର ଚାବି ମାଗିଥିଲେ । ହେଲେ ସେତେବେଳେ ଜଣାପଡିଥିଲା କି ସୁଟକେସର ଚାବି ହଜି ଯାଇଛି । ଏହା ପରେ ସୁଟକେସର ତାଲା ଭାଙ୍ଗାଯିବାରୁ ଭୂଜ କଷ୍ଟମ ବିଭାଗ ତରଫରୁ ସୁନାର ଯାଞ୍ଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ୨.୧୫୬.୭୨୨ ସୁନା କମ୍ ରହିଛି ।

Gujarat: Customs' gold worth Rs 1 crore missing | Rajkot News - Times of India
Times of India

୨୦୧୬ରେ ସୁନା ଚୋରି ହୋଇଥିବା ଜଣା ପଡ଼ିଥିଲେ ମଧ୍ୟ ଶୁକ୍ରବାର ଏ ନେଇ ପୁଲିସରେ ଅଭିଯୋଗ କରାଯାଇଛି। ନିଖୋଜ ସୁନା ବିଷୟରେ ଜାଣିବା ପରେ ଅଧିକାରୀମାନେ ୪ବର୍ଷ ହେଲା ଆଭ୍ୟନ୍ତରୀଣ ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ସୁନା ମିଳିନଥିଲା। ଏ ନେଇ ଗୁଜୁରାଟର ମୁଖ୍ୟ କମିସନରଙ୍କୁ ଜଣାଯିବା ପରେ ଡିସେମ୍ବର ୧୧ରେ ମୁଖ୍ୟ କମିସନର ଜାମନଗର ବିଭାଗକୁ ଏତଲା ଦେବାକୁ କହିଥିଲେ।

କହିରଖୁ କି ୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ହେଲେ ଏବେ ଜଣାପଡିଛି କି ଜବତ ହୋଇଥିବା ସୁନ।।ର ୧୦୩ କେଜି ସୁନା ଗାଏବ ହୋଇଯାଇଛି ।

ସମ୍ବନ୍ଧିତ ଖବର