ଚର୍ଚ୍ଚାରେ ଗୋଲ୍ଡେନ୍‌ ବାବା, କାଉଡ଼ି ଯାତ୍ରା ପାଇଁ ୧୬ କେଜିର ସୁନା ପିନ୍ଧିଛନ୍ତି

ଲକ୍ଷ୍ନୌ: ସୁଧୀର ମକ୍କଡ଼ ଓରଫ୍‌ ‘ଗୋଲ୍ଡେନ୍‌ ବାବା’ ଏବେ ପୁଣି ତାଙ୍କ ଅଳଙ୍କାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ସେ ତାଙ୍କର ୨୬ତମ କାଉଡ଼ି ଯାତ୍ରାରେ ୧୬ କିଲୋ ସୁନା ପିନ୍ଧି ଅଂଶଗ୍ରହଣ କରିଛନ୍ତି। ତେବେ ସ୍ବାସ୍ଥ୍ୟଗତ କାରଣ ପାଇଁ ସେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ୪ କେଜି କମ୍‌ ସୁନା ପିନ୍ଧିଛନ୍ତି। ଗୋଲ୍ଡେନ୍‌ ବାବା କହିଛନ୍ତି ଗତ ଜୁଲାଇ ୨୧ ତାରିଖରୁ ସେ ଦିଲ୍ଲୀରୁ କାଉଡ଼ି ଯାତ୍ରା ଆରମ୍ଭ କରିଛନ୍ତି। ୨୫ ବର୍ଷ ଧରି ସେ ଏହି ଯାତ୍ରାରେ ଅଂଶଗ୍ରହଣ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର