ଭାରତରେ ଥିବା ଏହି ଏକମାତ୍ର ସୁନେଲି ବାଘ ବାବଦରେ ଜାଣିଛନ୍ତି କି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ବାଘ, ସିଂହଙ୍କର ଅନେକ ଭିଡିଓ ଦେଖୁଥିବେ | କିନ୍ତୁ ଭାରତୀୟ ବନ ସେବା ବା ଆଇଏଫଏସ ଅଧିକାରୀ ପ୍ରବୀଣ ପାଶୱାନ ଏମିତି ଏକ ବାଘର ଫଟୋ ସେୟାର କରିଛନ୍ତି ଯାହାକୁ ଆପଣ ପୂର୍ବରୁ ଦେଖିନଥିବେ | ସୁନା ଛାଉଣୀ ଭଳି ଦେଖାଯାଉଥିବା ଏହି ବାଘଟି ଭାରତର ଏକମାତ୍ର ସୁନେଲି ବାଘ ବୋଲି ସେ କହିଥିବାବେଳେ ଲୋକ ଏବେ ଏହି ବାଘର ସୁନ୍ଦରତାକୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି |


ଏହି ବାଘୁଣୀ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖାଦେଇଥିବାବେଳେ ୱାଇଲଡ଼ ଲାଇଫ ଫଟୋଗ୍ରାଫର ମୟୂରେସ ହେଣ୍ଡ୍ରେ ଏହାକୁ ଉତ୍ତୋଳନ କରିଥିଲେ | ତେବେ ଏହି ଫଟୋ ଦେଖିବା ପରେ ୟୁଜର୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି | ଜଣେ ୟୁଜର୍ସ ଲେଖିଛନ୍ତି ଯେ ସେ ପୂର୍ବରୁ ସ୍ବର୍ଣ୍ଣ ମୃଗ ବାବଦରେ ଜାଣିଥିଲେ ଆଜି ସ୍ବର୍ଣ୍ଣ ବାଘ ମଧ୍ୟ ଦେଖିଲେ | ଏହି ବାଘଟି ମହାବଳ ବାଘର ଏକ ଦୁର୍ଲଭ ରୂପ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର