ଶିକାର ଅଭିଯୋଗରେ ଭାରତୀୟ ଗଲ୍‌ଫ୍‌ ଖେଳାଳି ଜ୍ୟୋତି ରାନ୍ଧ୍‌ଓ୍ଵା ଗିରଫ

ଲକ୍ଷ୍ନୌ: ଶିକାର ଅଭିଯୋଗରେ ଉତ୍ତର ପ୍ରଦେଶର ବାହଚୈଚ୍‌ ଠାରେ ଭାରତୀୟ ଗଲ୍‌ଫ୍‌ ଖେଳାଳି ଜ୍ୟୋତି ରାନ୍ଧ୍‌ଓ୍ଵାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଗୋଟାଏ ଗାଡ଼ି, ଗୋଟାଏ ଏ-୨୨ ରାଇଫଲ୍‌ ଓ ଅନ୍ୟାନ୍ୟ ସମାଗ୍ରୀ ଉଦ୍ଧାର କରାଯାଇଛି। ରାନ୍ଧ୍‌ଓ୍ଵା ହେଉଛନ୍ତି ପୂର୍ବତନ ବଲିଉଡ୍‌ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କ ପୂର୍ବତନ ସ୍ୱାମୀ।

କାତର୍ଣ୍ଣିଆଘାଟର ଡିଏଫ୍‌ଓ ପଚରା ଉଚୁରା ଚଳାଇ ରାନ୍ଧ୍‌ଓ୍ଵାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଜବତ ହୋଇଥିବା ଏଚ୍‌ଆର୍‌୨୬ ଡିଏନ୍‌ ୫୨୯୯ ନମ୍ବର ଗାଡ଼ିଟି ତାଙ୍କରି ନାମରେ ପଞ୍ଜିକୃତ ହୋଇଛି। ତା’ଛଡ଼ା ତାଙ୍କ ବାର୍‌ହା ଚମଡ଼ା ଓ ବାଇନୋକୁଲାର୍‌ ମଧ୍ୟ ଜବତ ହୋଇଛି।

କାତର୍ଣ୍ଣିଆ ଅନ୍ତର୍ଗତ ମୋତିପୁରରେ ତାଙ୍କର ଏକ ଫାର୍ମ ରହିଛି। ସେ ଅଞ୍ଚଳରେ ସେ ଗାଡ଼ି ଚଳାଉଥିବା ସମୟରେ ସନ୍ଦେହ ପରିସରକୁ ଆସିଥିଲେ। ମଙ୍ଗଳବାର ଦିନ ସେ ଗୋଟାଏ ବଣକୁକୁଡ଼ା ମାରିଥିବା କୁହାଯାଉଛି।

ଅଫିସିଆଲ୍‌ ଓ୍ଵାର୍ଲଡ୍‌ ଗଲ୍‌ଫ୍‌ ର‍୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୧୦୦ ତାଲିକାରେ ୨୦୦୪ ରୁ ୨୦୦୯ ମଧ୍ୟରେ ରାନ୍ଧ୍‌ଓ୍ଵା ଅନେକ ଥର ରହିଛନ୍ତି।

ସମ୍ବନ୍ଧିତ ଖବର