ରାୟପୁର: ଲିଟର ପିଛା ୪ ଟଙ୍କାରେ ଗୋମୂତ୍ର କିଣିବେ ଛତିଶଗଡ଼ ସରକାର | ଗୋବର ପରେ ଏବେ ରାଜ୍ୟ ସରକାର ଗୋମୂତ୍ର କିଣିବାକୁ ଯାଉଛନ୍ତି | ଛତିଶଗଡର ପାରମ୍ପାରିକ ପର୍ବ ହରେଲି ପର୍ବ ୨୮ ଜୁଲାଇରେ ପାଳନ କରାଯିବ। ଆଉ ଏଥର ମଧ୍ୟ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଢଙ୍ଗରେ ହରେଲି ପର୍ବ ପାଳନ କରିବାକୁ ଯାଉଛନ୍ତି। ଭୁପେଶ ବାଘେଲ ସରକାର ଗୋମୁତ୍ର କ୍ରୟ ଯୋଜନା ଆରମ୍ଭ କରିବେ। ଗୋମୂତ୍ର ଲିଟର ପିଛା ୪ ଟଙ୍କା ମୂଲ୍ୟରେ କ୍ରୟ କରାଯିବ।

Advertisment

ଏହି ଯୋଜନା ଆରମ୍ଭ ହେବା ପରେ ଛତିଶଗଡ ଗୋବର ଏବଂ ଗୋମୂତ୍ର କ୍ରୟ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ। ବାସ୍ତବରେ, ୨୦୨୦ ରେ ହରେଲି ପର୍ବ ଦିନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୋପାଳକଙ୍କଠାରୁ ଗୋବର କ୍ରୟ ଆରମ୍ଭ କରିଥିଲେ। ଆଉ ଏହି ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋମୂତ୍ର କ୍ରୟ ଏବଂ ବ୍ୟବହାର ଉପରେ ଅଧ୍ୟୟନ ପାଇଁ ଏକ କମିଟି ଗଠନ କରାଯାଇଥିଲା।

ଏହି କମିଟି ତାଙ୍କ ପ୍ରସ୍ତାବରେ ଲିଟର ପିଛା ୪ଟଙ୍କାରେ ଗୋମୂତ୍ର କିଣିବାକୁ ସୁପାରିଶ କରିଛି। ସୂଚନାଯୋଗ୍ୟ ଯେ ଛତିଶଗଡରେ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ପାଇଁ ଗୋବର କ୍ରୟ ଯୋଜନା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ବର୍ତ୍ତମାନ ଯଦି ଗୋମୂତ୍ର କିଣାଯାଏ, ତେବେ ଏହା ଗାଈ ମାଲିକ ଏବଂ ଗ୍ରାମବାସୀଙ୍କୁ ବହୁତ ଲାଭ ଦେବ | ଆଜି ବି କୃଷକମାନେ ଗୋମୂତ୍ରକୁ ସାର ଭାବରେ ବ୍ୟବହାର କରନ୍ତି।