ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ସହିତ ବର୍ତ୍ତମାନ ଏକ କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀ ଆଶା କରୁଛନ୍ତି ଯେ ଶୀଘ୍ର ଅଷ୍ଟମ ବେତନ ଆୟୋଗ ଗଠନ ହେବ। କର୍ମଚାରୀମାନେ ଆଶା କରୁଛନ୍ତି ବେତନ ଅସମାନତା ଏବଂ ମୁଦ୍ରାସ୍ଫୀତିର ପ୍ରଭାବ ଶୀଘ୍ର ହ୍ରାସ ପାଇବ। କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଆୟୋଗ ସରକାରଙ୍କୁ ସୁପାରିଶ କରିବା ନେଇ ଚର୍ଚ୍ଚା ହେଉଛି।

Advertisment

ଜାନୁଆରୀ ୨୦୨୬ରୁ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ ଜାନୁଆରୀ ୨୦୧୬ରେ ସପ୍ତମ ବେତନ ଆୟୋଗ ଲାଗୁ କରାଯାଇଥିଲା। ପ୍ରତ୍ୟେକ ଦଶନ୍ଧିରେ କର୍ମଚାରୀଙ୍କ ପାଇଁ ଏକ ନୂତନ ବେତନ ଆୟୋଗ କାର୍ଯ୍ୟକାରୀ କରାଯାଏ। ଜାନୁଆରୀ ୧୯୪୬ରେ ପ୍ରଥମ ପେ କମିଶନ ଗଠନ କରାଯାଇଥିଲା। ତେବେ ସରକାର ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି।

ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଅଷ୍ଟମ ବେତନ ଆୟୋଗ ବିଷୟରେ ଆଲୋଚନା କରିଥିଲେ। ଏହା ପରେ କୁହାଯାଇଥିଲା ଯେ ବର୍ତ୍ତମାନ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ କୌଣସି ଯୋଜନା ନାହିଁ। ବର୍ତ୍ତମାନ ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି। କର୍ମଚାରୀମାନେ ଆୟୋଗ ଗଠନ ଦିଗରେ ଆଗକୁ ବଢ଼ିବାର ସମ୍ଭାବନା ନେଇ ଆଶା ପ୍ରକଟ କରୁଛନ୍ତି। ସାଧାରଣତଃ ଆୟୋଗ ଗଠନ ପରେ ଏହାର ସୁପାରିଶ ଆସିବାକୁ ପ୍ରାୟ ଦେଢ଼଼ ବର୍ଷ ସମୟ ଲାଗେ ।

ବେତନ ଆୟୋଗ ଗଠନ ଦ୍ୱାରା ୧ କୋଟିରୁ ଅଧିକ ଲୋକ ଉପକୃତ ହେବା ନିଶ୍ଚିତ। ବର୍ତ୍ତମାନ ୪୯ ଲକ୍ଷ ସରକାରୀ କର୍ମଚାରୀ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ପେନସନଭୋଗୀଙ୍କ ସଂଖ୍ୟା ୬୮ ଲକ୍ଷ ରହିଛି। ବର୍ତ୍ତମାନ କର୍ମଚାରୀଙ୍କ ମୂଳ ଦରମା ୧୮ ହଜାର ଟଙ୍କା ରହିଛି। ନୂତନ ବେତନ ଆୟୋଗ ଲାଗୁ ହେବା ପରେ ଏହା ୨୬ ହଜାର ହେବ।