ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ଲାଗି ଖୁବ୍ ଶୀଘ୍ର ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ ସୁବିଧା ଲାଗୁ ହେବାକୁ ଯାଉଛି। ଏହା ସହିତ ସେମାନଙ୍କ ଦରମାରେ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏପ୍ରିଲରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଆଚାର ସଂହିତା ଲାଗୁ ହେବ। ଏହା ପୂର୍ବରୁ ବ୍ୟାଙ୍କ କର୍ମଚାରୀମାନେ ଏସବୁ ଖୁସି ଖବର ପାଇବେ ବୋଲି ଆଲୋଚନା ହେଉଛି। ସମ୍ପ୍ରତି ବ୍ୟାଙ୍କରେ ଦ୍ବିତୀୟ ଶନିବାର ଏବଂ ଚତୁର୍ଥ ଶନିବାର ଛୁଟି ରହିଛି। କିନ୍ତୁ ଏବେ ସବୁ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ସଂଘ ପକ୍ଷରୁ ଦୀର୍ଘ ସମୟ ଧରି ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ ଦାବି କରାଯାଇ ଆସୁଛି। ଏଲଆଇସି ୨୦୨୨ରେ ଲିଷ୍ଟିଂ ପୂର୍ବରୁ ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ ଲାଗୁ କରିଥିଲା। ଏହା ପରେ ବ୍ୟାଙ୍କ ସଂଘ ମଧ୍ୟ ଏଭଳି କରିବାକୁ ଦାବି ଜାରି ରଖିଛି।
ଜଣେ ଅଧିକାରୀ କହିଛନ୍ତି ଖୁବ୍ ଶୀଘ୍ର ଏହି ନିଷ୍ପତ୍ତି ଗ୍ରହଣ କରାଯିବ। ସରକାର ମଧ୍ୟ ଏହାକୁ ସମର୍ଥନ କରୁଥିବା ସେ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ବ୍ୟାଙ୍କ ସଂଘ ପକ୍ଷରୁ ଏକ ବୁଝାମଣା ହୋଇଥିଲା। ଏହା ଅନ୍ତର୍ଗତ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ୧୭ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୦୧୫ରେ କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରି ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ଘୋଷଣା କରିଥିଲେ।
ନୂଆ ନିଷ୍ପତ୍ତି ଦ୍ବାରା ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୫ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ଆଞ୍ଚଳିକ କ୍ଷେତ୍ରରେ କାରବାର କରୁଥିବା ଗ୍ରାମୀଣ ବ୍ୟାଙ୍କର ୯୫,୦୦୦ରୁ ଅଧିକ କର୍ମଚାରୀ ଉପକୃତ ହେବେ।
ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲୋକସଭା ନିର୍ବାଚନ ପୂର୍ବରୁ ମିଳିବ ବଡ଼ ଉପହାର, ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ
/sambad/media/post_attachments/wp-content/uploads/2024/03/WhatsApp-Image-2024-03-06-at-6.40.17-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)