ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ବିଷୟରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପୂର୍ବତନ ଅଗ୍ନିବୀରମାନେ ସିଆଇଏସ୍‌ଏଫ୍‌, ବିଏସ୍‌ଏଫ୍‌ଏବଂ ଏସଏସବିରେ ୧୦ ପ୍ରତିଶତ ସଂରକ୍ଷଣ ପାଇବେ। ଏହା ବ୍ୟତୀତ ସେମାନଙ୍କ ପାଇଁ ଶାରୀରିକ ପରୀକ୍ଷା ଏବଂ ବୟସ ମଧ୍ୟ କୋହଳ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।

Advertisment

ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପୂର୍ବତନ ଅଗ୍ନିବୀରଙ୍କୁ ଫୋର୍ସ ଭିତରକୁ ନେବାକୁ ସିଆଇଏସ୍ଏଫ୍ ପ୍ରସ୍ତୁତ ଅଛି। ଏ ସମ୍ପର୍କରେ ସିଆଇଏସ୍ଏଫ୍ ମହାନିର୍ଦ୍ଦେଶକ କହିଛନ୍ତି ଯେ ପୂର୍ବତନ ଅଗ୍ନିବୀର କନଷ୍ଟେବଳ ପଦବୀରେ ୧୦ପ୍ରତିଶତ ସଂରକ୍ଷଣ ପାଇବେ। ଏହା ବ୍ୟତୀତ ସେମାନଙ୍କର ବୟସ ଏବଂ ଶାରୀରିକ ଦକ୍ଷତା ପରୀକ୍ଷଣ ମଧ୍ୟ କୋହଳ କରାଯିବ।

ଗୃହ ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିଆଯାଇଥିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ସାମରିକ ବାହିନୀକୁ ମଜବୁତ କରିବା। ନୂତନ ନୀତି ବିଷୟରେ ସୂଚନା ପ୍ରଦାନ କରି ବିଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ପୂର୍ବତନ ଅଗ୍ନିବୀରଙ୍କ ଅଭିଜ୍ଞତା ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏ ସମ୍ପର୍କରେ ବିଏସ୍ଏଫ୍ ମୁଖପାତ୍ର କହିଛନ୍ତି ଚାରି ବର୍ଷର କଠିନ ପରିଶ୍ରମ ପରେ ଅଗ୍ନିବୀର ନିଯୁକ୍ତ ହୋଇଥାନ୍ତି। ଏହି ନିୟମ ଲାଗୁ ହେବା ଦ୍ବାରା ବିଏସ୍‌ଏଫ୍‌ ତାଲିମପ୍ରାପ୍ତ ଯବାନଙ୍କୁ ପାଉଛି। ଅଳ୍ପ ତାଲିମ ପରେ ସେମାନଙ୍କୁ ନିୟୋଜିତ କରାଯାଇପାରିବ। ସେ କହିଛନ୍ତି ଯେ ପୂର୍ବତନ ଅଗ୍ନିବୀରମାନେ ବିଏସ୍‌ଏଫ୍‌ରେ ୧୦ ପ୍ରତିଶତ ସଂରକ୍ଷଣ ଏବଂ ବୟସ ଉପରେ କୋହଳ ପାଇବେ।

ଏସଏସବି ଡିଜି ଦଲଜିତ ସିଂ କହିଛନ୍ତି ଯେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଏସଏସବିରେ ୧୦ ପ୍ରତିଶତ କନଷ୍ଟେବଳ ପଦବୀ ସଂରକ୍ଷିତ ରଖିଛି। ପ୍ରଥମ ବ୍ୟାଚ୍‌ଙ୍କ ପାଇଁ ବୟସରେ ୫ବର୍ଷ କୋହଳ କରାଯିବ। ସେମାନଙ୍କ ପାଇଁ କୌଣସି ଶାରୀରିକ ପରୀକ୍ଷା ହେବ ନାହିଁ ।