ନୂଆଦିଲ୍ଲୀ : ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ ଆପଣଙ୍କ ପାଖରେ କୋଟିପତି ହେବାର ସୁଯୋଗ ରହିଛି । ଘରେ ବସି ଆପଣ ଆପଣଙ୍କ ଜିଓ ନମ୍ବର ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତି ପାରିବେ । ଏହା ସହ ଟିଭି ପରଦାରେ ଆସିବାର ସୁଯୋଗ ମଧ୍ୟ ପାଇବେ । ପ୍ରକୃତ କଥା ହେଲା, କୌନ୍ ବନେଗା କରୋଡ଼୍ପତିର ସିଜିନ୍-୧୦ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସିଜିନ୍ରେ ଜିଓ ବ୍ୟବହାରକାରୀଙ୍କ ପାଇଁ ପୁରସ୍କାର ଜିତିବାର ଏକ ଖାସ୍ ସୁଯୋଗ ରଖାଯାଇଛି । ଜିଓ ବ୍ୟବହାରକାରୀମାନେ ଜିଓ କେବିସି ପ୍ଲେ ଏଲଙ୍ଗ ଜରିଆରେ ପ୍ରଶ୍ନର ଉତ୍ତର ଦେଇ ପୁରସ୍କାର ଜିତିବା ସହ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟ୍ରେ ବସିବାର ସୁଯୋଗ ମଧ୍ୟ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ପ୍ଲେ ଷ୍ଟୋରରୁ ଜିଓଚାଟ୍ ଆପ୍ ଡ଼ାଉନ୍ଲୋଡ଼ କରି କେବିସି ଖେଳିବାକୁ ପଡ଼ିବ । ଜିଓ କେବିସି ପ୍ଲେ ଏଲଙ୍ଗରେ ଆପଣମାନେ ସୋ’ରେ ଲାଇଭ୍ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ ପାରିବେ । ଉତ୍ତର ଠିକ୍ ହେବା ପରେ ଆପଣ ଗୋଟେ ପରେ ଗୋଟେ ସୋପାନ ଆଗକୁ ବଢ଼ି ଚାଲିବେ । ଜିଓ କେବିସି ପ୍ଲେ ଏଲଙ୍ଗରେ ଖେଳିବା ପାଇଁ ହେଲେ..
୧.ପ୍ରଥମେ ପ୍ଲେ ଷ୍ଟୋରରୁ ଜିଓ କେବିସି ପ୍ଲେ ଏଲଙ୍ଗ ଆପ୍ ଡ଼ାଉନ୍ଲୋଡ଼ କରିବା ସହ ନାଁ,ଜନ୍ମ ତାରିଖ ଏବଂ ଫଟୋ ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ ।
/sambad/media/post_attachments/wp-content/uploads/2018/09/KBC-620x400-300x194.jpg)
୨. ଏହା ପରେ ସୋ’ରେ ପଚରାଯାଉଥିବା ପ୍ରଶ୍ନ ଆପଣ ଆପଣଙ୍କ ଫୋନରେ ଲାଇଭ୍ ଦେଖି ପାରିବା ସହ ତାହାର ଉତ୍ତର ମଧ୍ୟ ଦେଇ ପାରିବେ । ପ୍ରଶ୍ନର ଠିକ୍ ଉତ୍ତର ଦେବା ପରେ ଆପଣଙ୍କୁ ମିଳୁଥିବା ପଏଣ୍ଟ ଦ୍ୱାରା ଆପଣଙ୍କୁ ହଟ୍ ସିଟ୍ରେ ବସିବାର ସୁଯୋଗ ମିଳିପାରିବ ।