ମୁମ୍ବାଇରୁ ଆସିଲା ଭଲ ଖବର: ୧୦୦ ଦିନରେ ଦୈନିକ ସଂକ୍ରମଣ ସବୁଠୁ କମ୍‌

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଏକ ଭଲ ଖବର ଆସିଛି। ଦୀର୍ଘ ୩ ମସ ପରେ ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲା ସବୁଠାରୁ କମ୍‌ ରହିଛି। ପ୍ରଥମ ଥର ପଇଁ ମୁମ୍ବାଇରେ ପ୍ରାୟ ୧୦୦ ଦିନ ପରେ ସଂକ୍ରମଣ ମାମଲା ୭୦୦ ରହିଛି। ମୁମ୍ବାଇ ସୋମବାର ଦିନ ୮,୭୭୬ ଟେଷ୍ଟ୍‌ କରିଥିବା ବେଳେ ଏଥିରୁ ୭୦୦ଟି ନମୁନା ପଜିଟିଭ୍‌ ଆସିଛି। ବିଏମ୍‌ସି କମିସନର୍‌ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଗତକାଲି ସୁଦ୍ଧା ମୁମ୍ବାଇରେ ଦୈନିକ ସଂକ୍ରମଣ ୧ ହଜାରରୁ ଅଧିକ ଥିବାବେଳେ ଆଜି ହଠାତ୍‌ ଏହା ୭୦୦କୁ କମିଯାଇଛି। ମୁମ୍ବାଇରେ ଆରୋଗ୍ୟ ହାର ମଧ୍ୟ ୭୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମାମଲା ଦ୍ବିଗୁଣା ହେବା ହାର ୬୮ ଦିନକୁ ବୃଦ୍ଧି ପାଇଛି। ମୁମ୍ବାଇରେ ସଂକ୍ରମଣ କମୁଛି। ଅନ୍ୟପକ୍ଷେ ମହାରାଷ୍ଟ୍ରର ଗ୍ରାମୀଣ ଅଞ୍ଚଳକୁ ଏବେ ସଂକ୍ରମଣ ବ୍ୟାପିଲାଣି। ସକ୍ରିୟ ମାମଲା କ୍ଷେତ୍ରରେ ମଧ୍ୟ ମୁମ୍ବାଇର ସ୍ଥିତି ଉଭୟ ଥାନେ ଏବଂ ପୁନେଠାରୁ ବେଶ୍‌ ଭଲ ରହିଛି।

ସମ୍ବନ୍ଧିତ ଖବର