ନୂଆଦିଲ୍ଲୀ: ଜୁଲାଇ ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ଏହା ଏଲ୍ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି। ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।
ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନିଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି। ଚଳିତ ମାସରେ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ। ସେହିପରି ନୋଏଡାରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୧୭୪୭.୫୦ ଟଙ୍କା ହେବ। କୋଲକାତାରେ ଏଲ୍ପିଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା ହେବ।
Oil marketing companies have revised the prices of commercial LPG gas cylinders. The rate of 19 kg commercial LPG gas cylinders has been reduced by Rs 58.50, effective from today. In Delhi, the retail sale price of a 19 kg commercial LPG cylinder is Rs 1665 from July 1. There is…
— ANI (@ANI) June 30, 2025
ମୁମ୍ବାଇରେ ଏବେ ଏହା ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ହେବ। ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ଜୁନ୍ ୨୦୨୫, ମେ’ ୨୦୨୫, ଏପ୍ରିଲ୍ ୨୦୨୫ ରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା। ଜୁନ୍ ମାସରେ ୨୪ ଟଙ୍କା ହ୍ରାସ କରାଯାଇଥିଲା। ମେ’ ମାସରେ ମୂଲ୍ୟ ୧୪.୫୦ ଟଙ୍କା ଏବଂ ଏପ୍ରିଲ୍ ମାସରେ ୪୧ ଟଙ୍କା ହ୍ରାସ କରାଯାଇଥିଲା। ଫେବ୍ରୁଆରିରେ ୭ ଟଙ୍କା ହ୍ରାସ ହୋଇଥିଲା। କିନ୍ତୁ ମାର୍ଚ୍ଚରେ ୬ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଜୁଲାଇ ମାସରେ ମଧ୍ୟ ଦର ଚତୁର୍ଥ ଥର ପାଇଁ ହାର ହ୍ରାସ କରାଯାଇଛି।
lpg-cylinder