ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର ଆସିଛି। ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳରେ ପହଞ୍ଚିବ। ଫଳରେ ଦେଶରେ ଜାରି ରହିଥିବା ଅସହ୍ୟ ତାତି ଲହରରୁ ମୁକ୍ତି ମିଳିବ। ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ତାପମାତ୍ରା ୪୮ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଉତ୍ତାପକୁ ଦୃଷ୍ଟିରେ ରଖି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ମଧ୍ୟାହ୍ନ ୧୨ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀରେ ପହଞ୍ଚି ରେକର୍ଡ କରିଛି। ତେବେ ଏଥିରୁ ଲୋକଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି।
ଦେଶବାସୀ ଉତ୍ସାହର ସହିତ ମୌସୁମୀକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ବର୍ଷା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ସୂଚନା ଦେଇଛି ଯେ ମେ’ ୩୦ରେ ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ବର୍ଷା ହୋଇପାରେ। ଏଥି ସହିତ ଆଇଏମଡି ଅନୁଯାୟୀ ବରିଷ୍ଠ ବୈଜ୍ଞାନିକ ନରେଶ କୁମାର କହିଛନ୍ତି ଯେ ମୌସୁମୀ ପାଇଁ ଅନୁକୂଳ ସ୍ଥିତି ରହିଛି। ଆମେ ଅନୁମାନ କରୁଛୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୌ ସୁମୀ କେରଳରେ ପହଞ୍ଚିପାରେ।
The conditions continue to become favourable for Monsoon onset over Kerala during next 24 hours and advance of monsoon over some parts of Northeastern States during the same period. pic.twitter.com/jDnH19EZ3r
— India Meteorological Department (@Indiametdept) May 29, 2024
ତେବେ ଉତ୍ତାପ ଲହରକୁ ନେଇ ଅନେକ ରାଜ୍ୟରେ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ନରେଶ କୁମାର ସୂଚନା ଦେଇଛନ୍ତି ଯେ ବିହାର, ଝାଡଖଣ୍ଡ ଏବଂ ଓଡିଶା ପାଇଁ ଆସନ୍ତା ଦୁଇ ଦିନ ପାଇଁ ପ୍ରବଳ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ୩ ଦିନ ପରେ, ଯେତେବେଳେ ବଙ୍ଗୋପସାଗରରୁ ଆର୍ଦ୍ରତା ଆସିବ, ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଏଥି ସହିତ ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼-ଦିଲ୍ଲୀର କିଛି ଅଞ୍ଚଳରେ ମେ’ ୩୧ ପର୍ଯ୍ୟନ୍ତ ଉତ୍ତାପ ଲହର ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି।
Assam & Meghalaya is very likely to get isolated heavy to very heavy with extremely heavy falls (>204.4 mm) on 29th May and heavy to very heavy rainfall (115.5-204.4 mm) during 30th May-2nd June, 2024. pic.twitter.com/ZDNx4OSx4t
— India Meteorological Department (@Indiametdept) May 29, 2024
ଆଜିଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆସାମ ଏବଂ ମେଘାଳୟରେ ପ୍ରବଳରୁ ଅତି ପ୍ରବଳ ଏବଂ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।