କୋଭିସିଲ୍ଡ ଟିକାକୁ ୨୭ଟି ରାଷ୍ଟ୍ରରୁ ୧୬ଟି ରାଷ୍ଟ୍ରର ସ୍ବୀକୃତି: ସିରମ ମୁଖ୍ୟ ଆଦାର ପୁନାୱାଲା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସିରମ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ, ବିଶ୍ୱ ଦରବାରରେ ବଢିବାରେ ଲାଗିଛି ସ୍ୱିକୃତୀ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦାର ପୁନାୱାଲା ଦାବି କରିଛନ୍ତି, ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ରରୁ ୧୬ଟି କୋଭିସିଲ୍ଡ ଟିକାକୁ ଅନୁମତି ପ୍ରଦାନ କରିଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ ।

ତେଣୁ ଟିକାର ମାର୍କେଟିଂ ଅଥୋରାଇଜେସନ୍ ପାଇଁ ୟୁରୋପୀୟ ସଂଘକୁ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ । ଶେଷ ରାଷ୍ଟ୍ର ଭାବେ ଫ୍ରାନ୍ସ ମଧ୍ୟ ଶନିବାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ତେବେ କେବଳ ଇଟାଲି ଓ ଅନ୍ୟ କେତେକ ଦେଶ ଆଜି ଯାଏ ଏହି ଟିକାକୁ ଅନୁମତି ଦେଇନାହାନ୍ତି । କୋଭିଡ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପ୍ରସ୍ତୁତ କରିଥିବା ତାଲିକାରେ କୋଭିସିଲ୍ଡ ରହିଛି। ତେଣୁ ଏହାକୁ ଅନୁମତି ପ୍ରଦାନରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ ଆଦାର ପୁନାୱାଲା ।

ସମ୍ବନ୍ଧିତ ଖବର