ନୂଆଦିଲ୍ଲୀ : ଏବର୍ଷ ସ୍ବାଭାବିକଠାରୁ ଅଧିକ, ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବ । ବିଶେଷକରି ଜୁନ ମାସରେ ସ୍ବାଭାବିକଠାରୁ ଅଧିକ (୧୦୮%) ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । 

Advertisment

ଆଜି ଆଇଏମଡି ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏବର୍ଷ ସମଗ୍ର ମୌସୁମୀ ଋତୁରେ ୧୦୬ ପ୍ରତିଶତ ବର୍ଷା ହେବ, ଅର୍ଥାତ ସ୍ବାଭାବିକଠାରୁ ଅଧିକ । ସେ କହିଛନ୍ତି ଯେ ମୌସୁମୀର ଅଗ୍ରଗତି ଆଶାନୁରୂପ ରହିଛି ଓ ଆଗାମୀ କିଛି ଦିନରେ ଏହା ଆଉ କେତେକ ରାଜ୍ଯକୁ ଅଗ୍ରସର ହେବ । 

ଏବର୍ଷ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ଦେଶର ଅର୍ଥନୀତି ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି । କାରଣ ଦେଶର ବାର୍ଷିକ ବର୍ଷାର ୭୦ ପ୍ରତିଶତ ମୌସୁମୀରୁ ଆସିଥାଏ ଓ ଏହା ଦେଶର କୃଷି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । 

କେନ୍ଦ୍ର ଭୂବିଜ୍ଞାନ ସଚିବ ଏମ. ରବିଚନ୍ଦ୍ରନ କହିଛନ୍ତି ଯେ ଏବର୍ଷ କେନ୍ଦ୍ରୀୟ ଓ ଦକ୍ଷିଣାଞ୍ଚରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । କେନ୍ଦ୍ରୀୟ ଭାରତ ମଧ୍ୟରେ ଆସୁଛନ୍ତି ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା ଓ ଆଖପାଖ ଅଂଚଳ । ଉତ୍ତର ପଶ୍ଚିମ ଭାରତରେ ସ୍ବାଭାବିକ ବର୍ଷା ହେବ କିନ୍ତୁ ଉତ୍ତର-ପୂର୍ବ ଭାରତରେ ସ୍ବାଭାବିକଠାରୁ କମ ବର୍ଷା ହେବ । 

ଏବର୍ଷ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ଦେଶର ଅର୍ଥନୀତି ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି । କାରଣ ଦେଶର ବାର୍ଷିକ ବର୍ଷାର ୭୦ ପ୍ରତିଶତ ମୌସୁମୀରୁ ଆସିଥାଏ ଓ ଏହା ଦେଶର କୃଷି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।