ବିନା ଇଞ୍ଜିନରେ ୬ କିଲୋମିଟର ଓଲଟା ଦୌଡିଲା ଟ୍ରେନ ! ଅଟକାଇବାକୁ ନାକେଦମ୍ ହେଲେ ରେଳ ଅଧିକାରୀ

ନୂଅାଦିଲ୍ଲୀ : ଆପଣ ଟ୍ରାକରେ ଟ୍ରେନ୍ ଚାଲୁଥିବାର ସବୁବେଳେ ଦେଖିବାକୁ ପାଇଥାନ୍ତି । କିନ୍ତୁ କେବେ ଏମିତି ଦୃଶ୍ୟ ଆପଣଙ୍କ ଆଖିରେ ପଡିଛି କି, ଯେଉଁଠି ଟ୍ରାକରେ ଟ୍ରେନ୍ ଓଲଟା ଗତି କରୁଥିବ । ରାଜସ୍ଥାନର ସିରୋହି ଜିଲ୍ଲା କିବରଲୀ ଷ୍ଟେସନରେ ଏମିତି  ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନ୍ ବିନା ଇଞ୍ଜିନରେ ଓଲଟା ଗଡିଯାଇଥିଲା । ଘଟଣା ସମ୍ପର୍କରେ ରେଳ ଅଧିକାରୀ ଜାଣିବା ପରେ ସେମାନଙ୍କ ହୋସ ଉଡ଼ିଯାଇଥିଲା ।

ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କିବରଲୀ  ଷ୍ଟେସନରେ ଥିବା ଏକ ଡବଲ୍ ଷ୍ଟେକ୍ କଂଟେନର ଟ୍ରେନକୁ ରଖାଯାଇଥିଲା । ଇଂଜିନ ନ ଲାଗି କେବଳ ଡବା ଲାଇନ୍ ଉପରେ ଥିଲା। ହଠାତ୍ ଡବାଗୁଡ଼ିକ ଓଲଟା ଗଡିବା ଆରମ୍ଭ କରିଦେଇଥିଲା । ତେବେ କିବରଲୀଠାରୁ ମୋରଥଲାର ଅଧିକାଂଶ ଅଂଶ ଗଡାଣିଆ ହୋଇଥିବାରୁ ଟ୍ରେନଟି ଦ୍ରୁତ ଗତିରେ ଗଡିବା ଆରମ୍ଭ କରିଥିଲା । ପାଖାପାଖି ୬ କିଲୋମିଟର ଯାଏଁ ଓଲଟା ଗଡ଼ି ଥିଲା ଟ୍ରେନ୍ । ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଡବାଗୁଡ଼ିକୁ ଏକ ଡେଡ୍ ଲାଇନ ଆଡକୁ ନିଅା ଯାଇଥିଲା । ଆଉ ଏହି କାରଣରୁ ମାଲବାହୀ ଟ୍ରେନର ୧୦ଟି ଡବା ଲାଇନଚ୍ୟୁତ ହୋଇଥିଲା ।  ପାଖାପାଖି ସାଢେ ୨ ଘଂଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ ହୋଇଥିଲା ।

ସମ୍ବନ୍ଧିତ ଖବର