ନକ୍ସଲ୍‌ମାନେ ଧାରଣା ଉପାଡ଼ି ପକାଇଥିବାରୁ ପୋଲରୁ ଖସିପଡ଼ିଲା ମାଲଗାଡ଼ି

ରାୟପୁର: ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି କରାଇବାକୁ ନକ୍ସଲ୍‌ମାନେ ଧାରଣା ଉପାଡ଼ି ଦେଇଥିବାରୁ ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଜିଲ୍ଲା ଅନ୍ତର୍ଗତ କିରନଦୁଲ-ବିଶାଖାପଟନମ୍‌ ରେଳପଥରେ ଥିବା ଏକ ପୋଲ ଉପରୁ ଆଜି ପ୍ରତ୍ୟୁଷରେ ଏକ ମାଲ୍‌ଗାଡ଼ିର ଇଞ୍ଜିନ ଓ ଆଠଟି ଓ୍ଵାଗନ୍‌ ଖସିପଡ଼ିଥିବା କଥା ପୁଲିସ କହିଛି।

ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।

ମାଓବାଦୀମାନେ ଭାଂସି ଏବଂ କାମଲୁର୍‌ ମଧ୍ୟରେ ଥିବା ଧାରଣା ଉପାଡ଼ି ଦେବାରୁ ଦୁର୍ଘଟଣା ଘଟି ଏହାର ଇଞ୍ଜିନ୍‌ ଏବଂ ଆଠଟି ଓ୍ଵାଗନ୍‌ ଏକ କ୍ଷୁଦ୍ର ନଈର ପୋଲ ତଳକୁ ଖସିପଡ଼ିଛି ବୋଲି ଦାନ୍ତେଓ୍ଵାଡ଼ା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କମଳଲୋଚନ କଶ୍ୟପ କହିଛନ୍ତି।

ମାଲଗାଡ଼ି ଲୌହପିଣ୍ଡ ନେଇ ବିଶାଖାପଟନମ୍‌ରୁ ବାଚେଲି ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୧ଟା ବେଳେ କମଲୁର୍‌ ନିକଟ ବଣରେ ଦୁର୍ଘଟଣା ଘଟିଥିଲା।

ସୂଚନା ପାଇବା ପରେ, ନିରାପତ୍ତା କର୍ମଚାରୀଙ୍କର ଏକ ଦଳ ଏବଂ ରେଳ ଅଧିକାରୀମାନେ ରେଳ ଚଳସ୍ୱାଭାବିକ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାସ୍ଥଳ ଆଖପାଖରେ ନିରାପତ୍ତା ବଳ ତଲାସ ଓ କମ୍ବିଙ୍ଗ୍‌ ଅପରେସନ ଜୋରଦାର କରିଛନ୍ତି।

ସମ୍ବନ୍ଧିତ ଖବର