ଦୀପାବଳିକୁ ନେଇ ଏହି ୫ଟି ପ୍ରଶ୍ନ ଗୁଗଲକୁ ପଚାରିଥିଲେ ଲୋକେ, ଏକ୍ସ ପୋଷ୍ଟରେ ଜଣାଇଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ରବିବାର ସାରା ଦେଶରେ ଓ ଦେଶ ବାହାରେ ଥିବା ଭାରତୀୟ ଦୀପାବଳି ପାଳନ କରିଥିଲେ। ଦୀପ ଜାଳି, ବାଣ ଫୁଟାଇ ଓ ରଙ୍ଗାଲି କରି ଲୋକେ ଆଲୋକର ପର୍ବକୁ ପାଳନ କରିଥିଲେ। ତେବେ ଦୀପାବଳି ଯିବା ପରେ ଏବେ ଲୋକେ ଗୁଗଲଠାରୁ କେଉଁ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଥିଲେ, ତାହା ସାମ୍ନାକୁ ଆସିଛି। ଗୁଗଲ ସିଇଓ ସୁନ୍ଦର ପିଚାଇ ଏକ୍ସରେ ପୋଷ୍ଟ କରି ଏହା ଜଣାଇଛନ୍ତି। ଲୋକେ କେଉଁ ୫ଟି ପ୍ରଶ୍ନ ଗୁଗଲକୁ ପଚାରିଥିଲେ, ତାହା ଜଣାଇଛନ୍ତି ପିଚାଇ।

ପ୍ରଥମେ ସେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଦେଇ ଲୋକେ ପଚାରିଥିବା ୫ଟି ପ୍ରଶ୍ନ ବିଷୟରେ ଜଣାଇଥିଲେ । ୫ଟି ପ୍ରଶ୍ନଗୁଡ଼ିକ ହେଲା,

୧.’ଭାରତୀୟମାନେ ଦୀପାବଳି କାହିଁକି ପାଳନ କରନ୍ତି?’

୨. ‘ଆମେ ଦୀପାବଳି ରଙ୍ଗୋଲି କରୁ’।

୩. ‘ଆମେ ଦୀପାବଳିରେ କାହିଁକି ଦୀପ ଜାଳୁ’।

୪. ‘ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କାହିଁକି କରାଯାଏ’ ।

୫. ‘ଦୀପାବଳିରେ କାହିଁକି ତେଲରେ ସ୍ନାନ କରାଯାଏ ?

ଏକାଧିକ ଲୋକେ ଗୁଗୁଲରେ ଏହି ପ୍ରଶ୍ନଗୁଡିକର ଉତ୍ତର ଜାଣିବା ପାଇଁ ସର୍ଚ୍ଚ କରିଥିବା କହିଛନ୍ତି ପିଚାଇ।

ସମ୍ବନ୍ଧିତ ଖବର