ଗୁଗୁଲ୍‌ର ବଡ଼ ନିଷ୍ପତ୍ତି: କୋର୍‌ ଟିମ୍‌ରୁ ୨୦୦ କର୍ମଚାରୀଙ୍କୁ ଭାରତ ଓ ମେକ୍ସିକୋ ପଠାଇବ କମ୍ପାନି

ନୂଆଦିଲ୍ଲୀ: ଟେକ୍‌ନୋଲୋଜି କମ୍ପାନି ଗୁଗୁଲ୍‌ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି। କମ୍ପାନି ତାହାର ‘କୋର୍‌ ଟିମ୍‌’ରୁ ଅତି କମରେ ୨୦୦ କର୍ମଚାରୀଙ୍କୁ ଭାରତ ଓ ମେକ୍ସିକୋ ପଠାଇବାର ଯୋଜନା କରିଛି।

ବାର୍ଷିକ ସମ୍ମିଳନୀର କିଛି ସପ୍ତାହ ପୂର୍ବରୁ ଗୁଗୁଲ ଏହାର ଫ୍ଲୁଟର, ଡାର୍ଟ ଏବଂ ପାଇଥନ୍ ଦଳରୁ ଅନେକ କର୍ମଚାରୀଙ୍କୁ ବରଖାସ୍ତ କରିବାର ପ୍ରାୟ ଦୁଇ ଦିନ ପରେ ଏହି ଖବର ଶୁଣିବାକୁ ମିଳିଛି। ରିପୋର୍ଟରେ ଦର୍ଶାଯାଇଛି ଯେ କାଲିଫର୍ନିଆର ସନିଭାଲରେ ଥିବା କମ୍ପାନୀର କାର୍ଯ୍ୟାଳୟରେ ଅତିକମରେ ୫୦ ଜଣ  ଇଞ୍ଜିନିୟରଙ୍କୁ ବରଖାସ୍ତ କରାଯାଇଛି।

ଗୁଗୁଲ୍ ଡେଭଲପର୍ ଇକୋସିଷ୍ଟମର ଉପାଧ୍ୟକ୍ଷ ଅସୀମ ହୁସେନ୍ ଗତ ସପ୍ତାହରେ ତାଙ୍କ କର୍ମଚାରୀଙ୍କୁ ଏକ ଇମେଲ୍ ପଠାଇଥିବା ଘୋଷଣା କରିଛନ୍ତି। ସେ ଟାଉନ ହଲରେ ମଧ୍ୟ କଥା ହୋଇଥିଲେ ଏବଂ କର୍ମଚାରୀମାନଙ୍କୁ କହିଥିଲେ ଯେ ଏହା ତାଙ୍କ ଦଳ ପାଇଁ ଚଳିତବର୍ଷର ସବୁଠାରୁ ବଡ଼ ଯୋଜନା ହୋଇଛି।

ହୁସେନ୍‌ଙ୍କ ଇମେଲ୍‌ରେ କୁହାଯାଇଥିଲା ଯେ ‘‘ଆମେ ଆମର ବର୍ତ୍ତମାନର ବିଶ୍ବସ୍ତରୀୟ ପଦଚିହ୍ନ ବଜାୟ ରଖିବାକୁ ଇଚ୍ଛା କରୁଛୁ ଏବଂ ବିଶ୍ବ କର୍ମ କ୍ଷେତ୍ରରେ ଉଚ୍ଚ-ଅଭିବୃଦ୍ଧିର ବିଶ୍ ବିସ୍ତାର କରୁଛୁ। ଯାହା ଦ୍ବାରା ଆମେ ଆମର ସହଭାଗୀ ତଥା ବିକାଶକାରୀ ସମ୍ପ୍ରଦାୟର ନିକଟତର ହୋଇପାରିବା।’’

ଗୁଗୁଲର ୱେବସାଇଟ୍ ଅନୁଯାୟୀ, ‘କୋର୍’ ଟିମ୍ କମ୍ପାନୀର ଫ୍ଲାଗସିପ୍ ଉତ୍ପାଦ ପଛରେ ‌ବୈଷୟିକ ଭିତ୍ତିଭୂମି ନିର୍ମାଣ କରେ। ଗୁଗୁଲରେ ଅନ୍ତର୍ନିହିତ ଡିଜାଇନ୍ ଉପାଦାନ, ବିକାଶକାରୀ ପ୍ଲାଟଫର୍ମ, ଉତ୍ପାଦ ଉପାଦାନ ଏବଂ ଭିତ୍ତିଭୂମି ପାଇଁ ଦଳ କାର୍ଯ୍ୟ କରିଥାଏ।

ଚଳିତ ବର୍ଷ ଏପ୍ରିଲରେ, ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ ଚାହିଦା ହ୍ରାସ ଏବଂ ଲାଭ ହ୍ରାସ ଘଟୁଥିବାରୁ ଗୁଗୁଲ୍‌ ହାର ରଣନୀତିର ଏକ ଅଂଶ ଭାବରେ ଏପରି ନିଷ୍ପତ୍ତି ଗ୍ରହଣ କରିଛି।

ସମ୍ବନ୍ଧିତ ଖବର