ଏକ ଅଜଣା ସ୍ଥାନକୁ ଯିବା ପାଇଁ ଗୁଗଲ ମ୍ୟାପ୍‌ରେ ରାସ୍ତା ଖୋଜୁ ଖୋଜୁ ଯୁବକଙ୍କୁ ଲାଗିଲା ଝଟ୍‌କା, ଆଖି ସାମ୍ନାରେ ଥିଲା ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ

ନୂଆଦିଲ୍ଲୀ : ପୂର୍ବରୁ ଏକ ଅଜଣା ସ୍ଥାନକୁ ଯିବା ପାଇଁ ହେଲେ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଏହି ସମସ୍ୟାକୁ ଆଖି ଆଗରେ ରଖି ଗୁଗଲ ସମସ୍ୟାର ସମାଧାନ ବାହାର କରିଥିଲା । ଗୁଗଲ ମ୍ୟାପ୍‌ ମାଧ୍ୟମରେ ଲୋକମାନେ ଯେ କୌଣସି ଅଜଣା ସ୍ଥାନକୁ ଯିବାରେ ସକ୍ଷମ ହୋଇ ପାରୁଛନ୍ତି । ତେବେ ରାସ୍ତା ଜାଣିବା ପାଇଁ ତିଆରି କରାଯାଇଥିବା ଏହି ମ୍ୟାପ୍‌ ଜଣଙ୍କ ଜୀବନର ରାସ୍ତା ବଦଳାଇ ଦେଇଥିବା ଜଣାପଡ଼ିଛି । ଗୁଗଲ ମ୍ୟାପ୍‌ରେ ଏକ ଅଜଣା ସ୍ଥାନକୁ ପହଞ୍ଚିବା ପାଇଁ ଜଣେ ଯୁବକ ଚେଷ୍ଟା କରୁଥିବା ସମୟରେ ନିଜ ସ୍ତ୍ରୀ ଅସଲ ଚେହେରା ତାଙ୍କ ସାମ୍ନାକୁ ଆସି ଯାଇଥିଲା ।

bhaskar.com

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ପେରୁର ରାଜଧାନୀ ଲିମାରେ । ଯେଉଁଠାରେ ଜଣେ ଯୁବକ ଗୁଗଲ ମ୍ୟାପ୍‌ରେ ଅଜଣା ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିବା ସମୟରେ ନିଜ ସ୍ତ୍ରୀକୁ  ଅନ୍ୟ ଜଣଙ୍କ ସହ ଦେଖିବାକୁ ପାଇଥିଲେ । ଏହି ଦୃଶ୍ୟ ଦେଖିବା ପରେ ତାଙ୍କ ହୋସ ଉଡ଼ି ଯାଇଥିଲା । ଏହା ପରେ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ । ଗୁଗଲ ମ୍ୟାପ୍‌ ତାଙ୍କୁ ତାଙ୍କ ଜୀବନର ଠିକ୍‌ ରାସ୍ତା ଦେଖାଇଲା ବୋଲି ଯୁବକଜଣଙ୍କ ଛାଡ଼ପତ୍ର ନେବା ପରେ ନିଜର ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର