ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଗୁଗୁଲ ମ୍ୟାପ କାରଣରୁ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ତିନି ଯାତ୍ରୀଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଛି।
ସୂଚନାଯୋଗ୍ୟ, ଇଜ୍ଜତ ନଗର ଥାନା ଅଞ୍ଚଳସ୍ଥ ପିଲିଭିତ ରୋଡସ୍ଥିତ ଏକ କାର ଗୁଗୁଲ ମ୍ୟାପ ଦେଖି ଯାଉଥିବା ବେଳେ କଲାପୁର କେନାଲରେ ଖସି ପଡ଼ିଥିଲା। ଏହି କାର ଭିତରେ ଥିବା ତିନିଜଣଙ୍କ ଯାତ୍ରୀଙ୍କ ଜୀବନ ଅଳ୍ପବେ ବର୍ତ୍ତି ଯାଇଛି।
ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ କାରରେ କେନାଲରୁ ବାହାରକୁ ବାହାର କରିଥିଲେ। କାର ଭିତରେ ଥିବା ତିନିଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିବା ବେଳେ ସୌଭାଗ୍ୟବଶତଃ କାହାରିକୁ କୌଣସି ପ୍ରକାର ଆଘାତ ପହଞ୍ଚିନାହିଁ।
Breaking News : बरेली में Google Map के सहारे जा रहे लोग नहर में गिरे, एक और बड़ी घटना! इससे पहले गूगल मैप की मदद से ही 24 नवंबर को तड़के सुबह फर्रुखाबाद निवासी नितिन, अजीत और अमित की दर्दनाक मौत हो गई थी..#BreakingNews #GoogleMap #Google #Bareilly #CarAccident pic.twitter.com/slcCOmtTHp
— UP Tak (@UPTakOfficial) December 3, 2024
ଇଜ୍ଜତ ନଗର ଥାନା ଅଧିକାରୀ ଧନଞ୍ଜୟ ପାଣ୍ଡେ କହିଛନ୍ତି, ଏହି ଦୁର୍ଘଟଣା ଗୁଗୁଲ ମ୍ୟାପ ଦ୍ବାରା ଦେଖାଯାଉଥିବା ପଥ ଅନୁଯାୟୀ ହୋଇଛି। କାରଣ ରାସ୍ତା କଟା ହୋଇଥିବା ସତ୍ତ୍ବେ ଗୁଗୁଲ ମ୍ୟାଚ ଚାଳକଙ୍କୁ ଉକ୍ତ ରାସ୍ତାରେ ଯିବାକୁ କହିଥିଲା। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା।
ତେବେ ଏହା ପ୍ରଥମଘଟଣା ନୁହେଁ ଏମିତି ଘଟଣା ପୂର୍ବରୁ ଅନେକ ଥର ଘଟିସାରିଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି ଗୁଗୁଲ ମ୍ୟାପ ଭଳି ଡିଜିଟାଲ ସେବାର ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ହେବ। କାରଣ ରାସ୍ତାକୁ ନେଇ ସବୁବେଳେ ଗୁଗୁଲ ମ୍ୟାପର ସୂଚନା ଠିକ ହୋଇ ନଥାଏ।