ମୁମ୍ବାଇ: ପୁଣି ଧୋକା ଦେଲା ଗୁଗଲ ମ୍ୟାପ୍। ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ମଧ୍ୟରାତ୍ରିରେ ନଭି ମୁମ୍ବାଇର ବେଲାପୁର ଅଞ୍ଚଳରେ ଜଣେ ମହିଳାଙ୍କ କାର୍ ସିଧା ନଦୀକୁ ଖସି ପଡ଼ିଥିଲା। ମହିଳା ଜଣକ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ଗାଡ଼ି ଚଳାଉଥିଲେ। ସୌଭାଗ୍ୟବଶତଃ, ସେଠାରେ ଉପସ୍ଥିତ ସାମୁଦ୍ରିକ ସୁରକ୍ଷା ପୁଲିସ ସତର୍କତା ପ୍ରଦର୍ଶନ କରିଥିଲେ ଏବଂ ମହିଳାଙ୍କ ଜୀବନ ବଞ୍ଚିପାରିଥିଲା। ପରେ, କ୍ରେନ୍ ସାହାଯ୍ୟରେ କାରଟିକୁ ନଦୀରୁ ବାହାର କରାଯାଇଥିଲା। ଗୁଗୁଲ୍ ମ୍ୟାପ୍ ଯୋଗୁଁ ଏଭଳି ଦୁର୍ଘଟଣା ଘଟିବା ପ୍ରଥମ ନୁହେଁ।
गूगल मैप ने फिर दिया धोखा!
— NDTV India (@ndtvindia) July 26, 2025
गूगल मैप के चक्कर में एक बार फिर बड़ी दुर्घटना हो गई. नवी मुंबई के बेलापुर इलाके में शुक्रवार आधी रात एक महिला की कार सीधे खाड़ी में जा गिरी. महिला गूगल मैप के भरोसे गाड़ी चला रही थी. संयोग अच्छा था कि वहां मौजूद समुद्री सुरक्षा पुलिस ने तुरंत… pic.twitter.com/NzKTEuGTPx
ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଥିଲା ଯେତେବେଳେ ମହିଳାଜଣକ ତାଙ୍କ କାରରେ ଉଲୱେ ଅଭିମୁଖେ ଯାତ୍ରା କରୁଥିଲେ। ବେଲାପୁରର ବ୍ରିଜ୍ ଦେଇ ଯିବା ପରିବର୍ତ୍ତେ ସେ ବ୍ରିଜ୍ ତଳ ରାସ୍ତା ଦେଇ ଯାଇଥିଲେ। କାରଣ ଗୁଗୁଲ୍ ମ୍ୟାପ୍ସରେ ତାଙ୍କୁ ଏହି ରାସ୍ତା ଦେଖାଇଥିଲା। ଫଳସ୍ୱରୂପ, ତାଙ୍କ କାର ଧ୍ରୁବତାରା ଜେଟିରୁ ସିଧା ନଦୀ ଭିତରକୁ ଖସି ପଡ଼ିଥିଲା।
ଏହି ଘଟଣା ନିକଟରେ ନିୟୋଜିତ ସାମୁଦ୍ରିକ ସୁରକ୍ଷା ପୁଲିସର ନଜରକୁ ଆସିଥିଲା ଏବଂ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ପୁଲିସ କର୍ମଚାରୀମାନେ ଦେଖିଥିଲେ ଯେ, ମହିଳା ଜଣକ କାରରୁ ବାହାରି ପାଣିରେ ଭାସୁଛନ୍ତି। ଏହା ପରେ, ଉଦ୍ଧାରକାରୀ ଡଙ୍ଗା ଏବଂ ପାଟ୍ରୋଲିଂ ଦଳର ସହାୟତାରେ, ମହିଳାଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ଗୁଗଲ ମ୍ୟାପ୍ର ସାହାଯ୍ୟ ନେଇ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ମୃତ୍ୟୁବରଣ କରିଛନ୍ତି।
୪ ଏପ୍ରିଲ ୨୦୨୫ରେ, ୟୁପିର ମୁରାଦାବାଦରେ, ଏକ କାରରେ ଯାତ୍ରା କରୁଥିବା ଚାରି ଜଣ ଲୋକ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ଦିଗନିର୍ଦ୍ଦେଶ ଖୋଜିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାରେ ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।