ଗୁଗଲ ମ୍ୟାପ୍ ବ୍ୟବହାର କରି ଯାଉଥିଲେ ଡ୍ରାଇଭର୍, କେନାଲରେ ଖସିଲା କାର୍

ନୂଆଦିଲ୍ଲୀ: ଅଜଣା ସ୍ଥାନକୁ ଯିବାକୁ ହେଉ ବା କୌଣସି ନୂଆ ସ୍ଥାନକୁ ଭ୍ରମଣକରିବା, ବର୍ତ୍ତମାନ ଗୁଗଲ ମ୍ୟାପର ବ୍ୟବହାର ସବୁଠି ଦେଖିବାକୁ ମିଳୁଛି । ଗାଁ ଠୁ ସହର ସବୁ ବର୍ଗର ଲୋକ ଗୁଗଲ ମ୍ୟାପ୍ ବ୍ୟବହାର କରୁଛନ୍ତି । ଏପରିକି କୋରିୟର୍ ବଏ, ଫୁଡ୍ ଡେଲିଭରି ସଂସ୍ଥା ଓ ଅନେକ ପରିବହନକାରୀ ସଂସ୍ଥାର ଡ୍ରାଇଭରମାନେ ଏହି ଆପ୍ ବ୍ୟବହାର କରୁଛନ୍ତି । ବେଳେବେଳ ଏହି ଆପ୍ ଯେ ଭୁଲ୍ ରାସ୍ତା ଦେଖାଇଥାଏ । ତାହା ଅନେକଙ୍କ କ୍ଷେତ୍ରରେ ଘଟିଛି ଓ ଏସମ୍ପର୍କିତ ଖବର ମଧ୍ୟ ଗଣମାଧ୍ୟମରେ ଅଗରୁ ଆସିଛି ।

ହେଲେ ଏହା ଏପରି ବିପଦପୂର୍ଣ୍ଣ ହୋଇପାରେ ତାର ଏକ ହୃଦୟବିଦାରକ ଖବର ଆସି ପହଞ୍ଚିଛି । ଯାହା ଜାଣିଲାପରେ ହୁଏତ ଆପଣ ଆଗକୁ ଆଉ ଗୁଗଲ ମ୍ୟାପ୍ ବ୍ୟବହାର କରିବାକୁ ଇଛାକରିବେ ନାହିଁ । ତେବେ ଏପରି କେରଳରେ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୋଟେ ପରିବାର କେରଳର କୁମ୍ଭନାଡ ଯାଉଥିଲେ, ଡ୍ରାଇଭର ଗୁଗଲ ମ୍ୟାପ୍ ବ୍ୟବହାର କରି ସେଠାକୁ ଯାଉଥିଲେ । ହଠାତ୍ ଏପରି କିଛି ଘଟିଲା ସେମାନେ କିଛି ବୁଝି ପାରି ନଥିଲେ, ଅଚାନକ ସେମାନଙ୍କ ସହ ଏଭଳି ହେବ ସେମାନେ କିଛି ଭାବି ପାରିନଖିଲେ । ଏପରିକି ଯେତେବେଳେ ତାଙ୍କ କାର୍ କେନାଲ ପାଖରେ ଥିଲା ସେତେବେଳେ ମଧ୍ୟ ଗୁଗଲ ମ୍ୟାପ୍ ସେମାନଙ୍କୁ ସିଧା ଯିବାକୁ ସୂଚିତ କରୁଥିଲା । ହୁଏତ ସେମାନେ ଭାଗ୍ୟବାନ ଥିଲେ ଯେଉଁଥିପାଇଁ ସେମାନେ ସେଠାରୁ ସୁରକ୍ଷିତ ଫେରି ପାରିଲେ।

ସମ୍ବନ୍ଧିତ ଖବର