ନୂଆଦିଲ୍ଲୀ: ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ମଣିଷଙ୍କ ଚାକିରି ଖାଇବା ଆରମ୍ଭ କରିଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ । କିଛି ଦିନ ତଳେ ଖବର ଆସିଥିଲା ଯେ ଏଆଇ ଲାଗୁ କରିବା ଯୋଗୁଁ ପେଟିଏମ୍ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ । ଏବେ ହି ଧରଣର ଆଉ ଏକ ଚିନ୍ତାଜନକ ଖବର ଆସୁଛି । ବିଶ୍ବର ଅନ୍ୟତମ ବୃହତ୍ ଟେକନଲୋଜୀ କମ୍ପାନି ଗୁଗୁଲ ମଧ୍ୟ ନିଜର କେତେକ କାର୍ଯ୍ୟ ପାଇଁ ଏଆଇ ବ୍ୟବହାର କରୁଛି । ଏଥିପାଇଁ ପ୍ରାୟ ୩୦ ହଜାର ଲୋକଙ୍କ ଚାକିରି ଯାଇପାରେ ।

Advertisment

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଗଲ୍ ନିଜର ବ୍ୟବସାୟ ପ୍ରକ୍ରିୟାର ବିଭିନ୍ନ ବିଭାଗରେ ଏଆଇକୁ ସାମିଲ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ନିଷ୍ପତ୍ତି ଯୋଗୁଁ କମ୍ପାନୀ କର୍ମଚାରୀ କମାଇବା ଉପରେ ମଧ୍ୟ ବିଚାର କରୁଛି, ଯାହା ଦ୍ୱାରା ପ୍ରାୟ ୩୦,୦୦୦ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏହି ପ୍ରସ୍ତାବିତ ପୁନର୍ଗଠନ ବିଶେଷ କରି ଗୁଗଲର ବିଜ୍ଞାପନ ବିକ୍ରୟ ବିଭାଗ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଏଠାରେ କମ୍ପାନୀ ପରିଚାଳନା ଦକ୍ଷତା ପାଇଁ ଏଆଇର ଲାଭ ଉଠାଇବାକୁ ଚେଷ୍ଟା କରୁଛି । ଏହି ଡୋମେନରେ ଏଆଇ ଆସିବା ପରେ ଗୁଗୁଲ ରେ ବହୁତ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ରିପୋର୍ଟରେ ଡିଜିଟାଲ ବିଜ୍ଞାପନ ସହ ଜଡିତ ରାଜସ୍ୱ ଉତ୍ସ ଉପରେ ଏଆଇର ପ୍ରଭାବ ଉପରେ ଆଲୋକପାତ କରାଯାଇଛି । ଏଆଇର ଆଗମନ ସହିତ ଏହି କାର୍ଯ୍ୟଗୁଡିକରେ ମାନବ ହସ୍ତକ୍ଷେପର ଆବଶ୍ୟକତା ସମ୍ଭାବ୍ୟ ଭାବରେ ହ୍ରାସ ପାଉଛି ।