ଭାରତର ଜଣେ ଗୁଗୁଲ କର୍ମଚାରୀ କରୋନା ଭୁତାଣୁ ଦ୍ୱାରା ଆକ୍ରାନ୍ତ

ବାଙ୍ଗାଲୋର: କରୋନା ଏବେ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିଥିବାବେଳେ ଭାରତରେ ଏବେ ପର୍ଯ୍ୟନ୍ତ ୭୪ ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଏହି ତାଲିକାରେ ଜଣେ ଗୁଗୁଲ କର୍ମଚାରୀ ମଧ୍ୟ ଅଛନ୍ତି | ସେ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବାବେଳେ କରୋନା ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିଛି | କରୋନା ହୋଇଥିବାର ସନ୍ଦେହରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା ଯାହାକି ପଜିଟିଭ ଆସିଛି |

ଗୁଗୁଲ ପକ୍ଷରୁ କୁହାଯାଇଛି ଯେ ‘ଆମର ବାଙ୍ଗାଲୋର କାର୍ଯ୍ୟାଳୟର ଜଣେ କର୍ମଚାରୀ କୋଭିଡ -19 ରୋଗରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଲକ୍ଷଣର ବିକାଶ ପୂର୍ବରୁ ସେ କିଛି ଘଣ୍ଟା ପାଇଁ ଆମର ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଥିଲେ |


ଗୁଗୁଲର ବାଙ୍ଗାଲୋର କାର୍ଯ୍ୟାଳୟର ଜଣକ ପାଖରେ କରୋନା ଭୁତାଣୁ ଥିବାରୁ ଏବେ ବେଙ୍ଗାଲୁରୁ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ଏହାପୂର୍ବରୁ, ସଫ୍ଟୱେୟାର କମ୍ପାନୀ ମାଇଣ୍ଡଟ୍ରି ଏବଂ ଡେଲ ଇଣ୍ଡିଆର ଜଣେ କର୍ମଚାରୀ ଯୁକ୍ତରାଷ୍ଟ୍ର ଆମେରିକାରୁ ଫେରିବା ପରେ ବେଙ୍ଗାଲୁରୁରେ ପଜିଟିଭ୍ ପରୀକ୍ଷା କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ ୭୪ କରୋନାଭାଇରସ୍ ମାମଲା ନିଶ୍ଚିତ କରିଛି।

ସମ୍ବନ୍ଧିତ ଖବର