ବାଂଲାଦେଶରେ ସାଂପ୍ରଦାୟିକ ଉତ୍ତେଜନା, ଦୁର୍ଗା ମଣ୍ଡପ ଭାଙ୍ଗିଲେ ଦୁର୍ବୃତ୍ତ

ଢାକା : ଦୂର୍ଗାପୂଜା ଚାଲୁଥିବାବେଳେ ବାଂଲାଦେଶରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଏକ ଫେସବୁକ ପୋଷ୍ଟକୁ ନେଇ କିଛି ଲୋକ ଦୁର୍ଗାପୂଜା ମଣ୍ଡପ ଓ କେତେକ ମନ୍ଦିର ଭଙ୍ଗାରୁଜ୍ଜା କରିଛନ୍ତି । ଏପରିକି କେତେକ ସ୍ଥାନରେ ମୂର୍ତ୍ତି ଭଙ୍ଗାରୁଜ୍ଜା କରାଯାଇଛି । ଏହି ଘଟଣାରେ ୩ ଜଣ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଛନ୍ତି ।

ଢାକା ଟ୍ରିବୁନର ରିପୋର୍ଟ ଅନୁସାରେ ରିପୋର୍ଟ ଅନୁସାରେ ଢାକାଠାରୁ ୧୦୦ କିଲୋମିଟର ଦୂର କମିଲାଠାରେ ଥିବା ଏକ ମନ୍ଦିରରେ ଏକ ସଂପ୍ରଦାୟର ଧର୍ମଗ୍ରନ୍ଥର ଅପମାନ କରାଯାଇଥିବା ଫୟାଜ ଉଦ୍ଦିନ ନାମକ ଜଣେ ବ୍ୟକ୍ତି ଫେସବୁକରେ ଏକ ପୋଷ୍ଟ କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ଓ ପରେ ତାହା ହିଂସାର ରୂପ ନେଇଥିଲା । ଏହି ହିଂସା ଘଟଣାରେ ୩ ଜଣ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଛନ୍ତି ।

ହିଂସା ବ୍ୟାପିବା ପରେ ସରକାର ୨୨ଟି ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଉତ୍ତେଜନାପ୍ରବଣ ରହିଛି । ଏହି ହିଂସା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୪୩ ପିଲାଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ପ୍ରଥମେ ଫେସବୁକ ପୋଷ୍ଟ କରିଥିବା ଫୟାଜକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି ।

 

ସମ୍ବନ୍ଧିତ ଖବର