ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜ ଚନାୱେ ମଣ୍ଡଳ ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଡାକ୍ତରୀ ଦଳ ଚକିତ ହୋଇଯାଇଛନ୍ତି।
ଉକ୍ତ କଏଦୀ ଜଣକ ତାଙ୍କ ମଳଦ୍ୱାରରେ ଏକ ଫୁଟ ଲମ୍ବା ପାଇପ୍ ଭର୍ତ୍ତି କରି ଦେଇଥିଲେ। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କଏଦୀଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଉନ୍ନତ ଚିକିତ୍ସା ପାଇଁ ମେଡିକାଲ କଲେଜ ପିଏମସିଏଚକୁ ପଠାଇ ଦେଇଥିଲେ।
ସୂଚନାଯୋଗ୍ୟ, ଉକ୍ତ ବିଚାରଧୀନ କଏଦୀ ହତ୍ୟା ଉଦ୍ୟମ ମାମଲାରେ ଚନାୱେ ମଣ୍ଡଳ ଜେଲରେ ବନ୍ଦୀ ଅଛନ୍ତି। ରବିବାର ରାତିରେ ସେ ତାଙ୍କ ମଳଦ୍ୱାରରେ ଏକ ପାଇପ୍ ଭର୍ତ୍ତି କରିଥିଲେ । ଏହି ପାଇପକୁ କଏଦୀ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ତାହା ଆହୁରି ଭିତରକୁ ଚାଲିଯାଇଥିଲା। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ସେ ଜେଲ କର୍ମଚାରୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରି ଦିଆଯାଇଛି।
ମେଡିକାଲ ବୋର୍ଡର ଡ଼ାକ୍ତର ବିମାନ କେସରୀ କହିଛନ୍ତି ଯେ ଏକ୍ସ-ରେ ପରୀକ୍ଷା ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ କଏଦୀଙ୍କ ମେରୁଦଣ୍ଡ ନିକଟରେ ଏକ ଲମ୍ବା ପାଇପ୍ ଅଟକି ରହିଥିଲା ​​। ଏହାର ଲମ୍ବ ପ୍ରାୟ ଏକ ଫୁଟ ଏବଂ ମୋଟା ପ୍ରାୟ ୧ ଇଞ୍ଚ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fa95ff67-14ed-4422-96bc-304d3cfdf6a2.jpg)