୩ ଦିନରେ ୩୦ ଶିଶୁ ମୃତ

ଗୋରଖପୁର ବିଆରଡି ହସ୍ପିଟାଲ

ଟୋକିଓ ଗୋରଖପୁର ବିଆରଡି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଗତ ୩ ଦିନ ମଧ୍ୟରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନବଜାତ ଶିଶୁ ଯତ୍ନ ବିଭାଗରେ ୧୫ ଜଣ ଶିଶୁ ଆଖି ବୁଜିଦେଇଥିବା ବେଳେ ସ୍ୱତନ୍ତ୍ର ଶିଶୁ ରୋଗ ଯତ୍ନ ୟୁନିଟ୍‌ରେ ଆଉ ୧୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଚଳିତ ବର୍ଷ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ଏଠାରେ ୧୪୭୦ ଶିଶୁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଅଗଷ୍ଟ ମାସରେ ଏହି ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ୩୦ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଦେବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା।

ସମ୍ବନ୍ଧିତ ଖବର