ଇଞ୍ଜିନ୍‌ରେ ତ୍ରୁଟି ପରିଲକ୍ଷିତ ହେବା ବାରଣାସୀ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ଗୋରଖପୁର: ଗୋରଖପୁରର ଇଣ୍ଡିଗୋ ଏୟାର୍‌ବସ୍‌ ୩୨୦ ନିଓ ଏୟାର୍‌କ୍ରାଫ୍ଟ ରବିବାର ବାରଣାସୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ କରିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନଟି ହାଇଦ୍ରାବାଦ୍‌ରୁ ଗୋରଖପୁର ଉଡ଼ାଣ ଭରୁଥିବା ବେଳେ ଅଧାବାଟରେ ତ୍ରୁଟି ଦେଖା ଦେଇଥିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଇଣ୍ଡିଗୋ ବିମାନ ନମ୍ବର ୬ଇ ୬୩୧୬ ହାଇଦ୍ରାବାଦ୍‌ରୁ ୧୪୪ ଯାତ୍ରୀ ନେଇ ଗୋରଖପୁର ଉଡ଼ାଣ ଭରିଥିଲା। ମାତ୍ର ବିମାନଟି ମାତ୍ର ଅଳ୍ପ କିଛି ବାଡ଼ ଯିବା ପରେ ବିମାନ ଇଞ୍ଜିନ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ କର୍ତ୍ତୃପକ୍ଷ ତୁରନ୍ତ ବିମାନ ଅବତରଣ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର