ସ୍ୱାମୀଙ୍କ ସହ କଥା ହେଉହେଉ ସାପ ଉପରେ ବସି ପଡ଼ିଲେ ମହିଳା, ତା’ପରେ..

ଗୋରଖପୁର: ହରିୟାଣା ଗୋରଖପୁର ରିୟାବ ଗାଁରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ବିଦେଶରେ ରହୁଥିବା ସ୍ୱାମୀଙ୍କ ସହିତ କଥା ହେଉହେଉ ଜଣେ ମହିଳା ସାପ ଉପରେ ବସି ପଡ଼ିଥିଲେ। ସର୍ପ ଦଂଶନରେ ମହିଳାଙ୍କ ହସ୍‌ପିଟାଲ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗୀତାଙ୍କ ସ୍ୱାମୀ ଜୟସିଂହ ଯାଦବ ଥାଇଲାଣ୍ଡରେ ରହି କାମ କରନ୍ତି। ଗୀତା ସ୍ୱାମୀ ଜୟସିଂହଙ୍କ ସହିତ ରାତିରେ ମୋବାଇଲ ଫୋନରେ କଥା ହେଉହେଉ ସାପ ଉପରେ ବସି ପଡିଥିଲେ। ସେ ଅଜାଣତରେ ସାପ ଉପରେ ବସି ପଡିବା ହେତୁ ସାପଟି ପ୍ରାଣବିକଳରେ ତାଙ୍କୁ ଦଂଶନ କରିଥିଲା।

ପରିବାର ଲୋକଙ୍କ କହିବାନୁସାରେ, ରାତିରେ ଗୀତା ପୁଅ ସହ କଥା ହେଉଥିବା ବେଳେ ବିଛଣାରେ ବସିପଡି ପଡିଥିଲେ। ହେଲେ ପୂର୍ବରୁ ସେଠାରେ ଥିବା ଦୁଇଟି ସାପ ଉପରେ ଗୀତା ବସି ପଡ଼ିବା ହେତୁ ସାପ ତାଙ୍କୁ ଦଂଶନ କରିଥିଲା। ଗୀତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର