ଘରକୁ ଅଣ୍ଡା ନଆଣିବା କାରଣରୁ ସ୍ୱାମୀଙ୍କ ସହ ସଂପର୍କ ଛିନ୍ନ କରି ଘର ଛାଡ଼ି ପଳାଇଲେ ମହିଳା

ଗୋରଖପୁର: ଆଜିକାଲି ବୈବାହିକ ସଂପର୍କ ଭାଙ୍ଗିବା ପାଇଁ କୌଣସି କାରଣ ଦରକାର ପଡୁନି। ଛୋଡ଼ ଛୋଟ କଥାରେ ଭାଙ୍ଗିଯାଉଛି ବିବାହ। ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଯେଉଁ କାରଣକୁ ନେଇ ସଂପର୍କ ଛିନ୍ନ କରିଛନ୍ତି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ପରିତ୍ୟାଗ କରି ଘର ଛାଡ଼ି ଚାଲିଯିବା ପରେ ପୁଲିସ୍‌ କରିଥିବା ପ୍ରଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ମହିଳାଙ୍କୁ ତାଙ୍କ ସ୍ୱାମୀ ଅଣ୍ଡା ଆଣି ନଦେବାରୁ ସେ ଘର ଛାଡ଼ି ପଳାଇଛନ୍ତି। ତେବେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ଭାଗି ଯାଇଥିବା ସୂଚନା ରହିଛି। ମହିଳା ଜଣକ ପୁଲିସ୍‌ରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଅଣ୍ଡା ନଦେବାରୁ ସେ ବିରକ୍ତ ହୋଇ ସ୍ୱାମୀଙ୍କୁ ଛାଡ଼ି ପଳାଇଛନ୍ତି।

Latestly.com

ଶନିବାର ଦିନ ଅଣ୍ଡାକୁ ନେଇ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିଯିବା ପରେ ସେ ଘର ଛାଡ଼ି ପଳାଇ ଯାଇଥିଲେ। ମହିଳାଙ୍କ ଆଉ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା। ମହିଳା ଜଣକ ଘରୁ ବାହାରି ପଳାଇବା ପରେ ତାଙ୍କ ପ୍ରେମିକ ମଧ୍ୟ ତାଙ୍କ ଘରେ ନଥିବା କାରଣରୁ ସେ ଦୁହେଁ ସାଙ୍ଗ ହୋଇ ପଳାଇଛନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର