ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ବର୍ଷୀୟାନ ରାଜନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜଙ୍କର ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ  ହୋଇଥିଲା। ଦୀର୍ଘଦିନ ହେବ ଜରାଜନିତ ରୋଗରେ ଶ୍ରୀ ଫଣ୍ଣାଡିଜ୍‌ ପୀଡ଼ିତ ଥିଲେ। ଦୀର୍ଘ ୧୦ ବର୍ଷ ହେବ ସେ ସାଧାରଣ ଜୀବନରୁ ଦୂରରେ ଥିଲେ। ବିଶେଷ କରି ସ୍ମରଣଶକ୍ତି ହରାଇବା ପରେ ଶ୍ରୀ ଫର୍ଣ୍ଣାଡିଜ୍‌ ଦୀର୍ଘ ଦିନ ହେବ କେବଳ ବିଛଣାରେ ପଡ଼ି ରହୁଥିଲେ।

ସମାତା ପାର୍ଟିର ଅଧ୍ୟକ୍ଷ ତଥା ଏନଡିଏ ସରକାରର ଆବାହକ ଭାବେ ଦାୟିତ୍ୱ ତୁଲାଇଥିବା ଶ୍ରୀ ଫର୍ଣ୍ଣାଡିଜ୍‌ ୧୯୩୦ ମସିହା ଜୁନ୍‌ ୩ ତାରିଖରେ ମାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ।  ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ୨୦୦୧ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଶ୍ରୀ ଫର୍ଣ୍ଣାଡିଜ୍‌ ଦେଶର ପ୍ରତିରକ୍ଷାମନ୍ତ୍ରୀ ଭାବେ ଦାୟିିତ୍ୱ ତୁଲାଇଥିଲେ।

ତେବେ ଦୀର୍ଘଦିନ ହେବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଫର୍ଣ୍ଣାଡିଜ୍‌ ମଙ୍ଗଳବାର ସକାଳ ୬ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୨୦୦୯ ଅଗଷ୍ଟରୁ ୨୦୧୦ ଜୁଲାଇ ପର୍ଯ୍ୟନ୍ତ ଶେଷ ଥର ପାଇଁ ସାଂସଦ ହୋଇଥିଲେ ଓ ରାଜ୍ୟସଭାରେ ଥିଲେ। ଦେଶରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଶ୍ରୀ ଫର୍ଣ୍ଣାଡିଜ୍‌ ଜେଲ ଯାଇ୍‌ ଯାଇଥିଲେ।

ସମ୍ବନ୍ଧିତ ଖବର