କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଥାଇଲାଣ୍ଡରୁ ଆଜି ଶ୍ରୀଲଙ୍କା ଫେରିଛନ୍ତି। ସେ ଶ୍ରୀଲଙ୍କା ସଙ୍କଟ ସମୟରେ ଇସ୍ତଫା ଦେଇ ଜୁଲାଇ ୧୩ ତାରିଖରେ ଦେଶ ଛାଡ଼ି ପଳାୟନ କରିଥିଲେ। ପ୍ରଥମେ ମାଳଦ୍ବୀପ ଏବଂ ପରେ ସିଙ୍ଗାପୁର ଓ ଥାଇଲାଣ୍ଡରେ ଆଶ୍ରୟ ନେଇଥିଲେ। ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କା ସଂସଦ ରାନିଲ ବିକ୍ରମସିଂଘେଙ୍କୁ ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିକ୍ରମସିଂଘେ ରାଜପକ୍ଷଙ୍କ ଫେରିବାକୁ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ। ଗତ ମାସ ୧୯ ତାରିଖରେ ଏସ୍ଏଲ୍ପିପି ସାଧାରଣ ସମ୍ପାଦକ ସାଗରା କରିଆୱାସମ୍ ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ଗୋଟାବାୟାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିଥିଲେ।
ଶ୍ରୀଲଙ୍କା ଫେରିଲେ ଗୋଟାବାୟା
/sambad/media/post_attachments/wp-content/uploads/2022/07/gotabaya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)