ଗୌରୀ ଲଙ୍କେଶ ହତ୍ୟା ମାମଲା: ୧.୨ ଲକ୍ଷ ରେଡ୍‌ ବଜାଜ ପଲ୍‌ସର୍‌ ଚେକ୍‌ କରିଲା ଏସ୍‌ଆଟି

ବାଙ୍ଗାଲୁର: ଦ ସ୍ପେସିଆଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି) ସମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ତଦନ୍ତ କରି ୧.୨ ଲକ୍ଷ ରେଡ୍‌ ବାଜାଜ ପଲ୍‌ସର୍‌କୁ ସ୍କାନ କରିଛି। ଏସ୍‌ଆଇଟି ଜାଣିବାକୁ ପାଇଛି ଯେ ସେପ୍ଟେମ୍ବର ୫ ତାରିଖ ରାତିରେ ରାଜରାଜେଶ୍ୱରୀ ନଗରରେ ଗୌରୀଙ୍କ ଘର ସମ୍ମୁଖରେ ଗୁଳି ଚାଳନ କରିଥିବା ହତ୍ୟାକରୀ ଜଣକ ରେଡ୍‌ ବାଇକ୍‌ରେ ହିଁ ଆସିଥିଲା। ଏ ସଂପର୍କରେ ରାଜରାଜେଶ୍ୱରୀ ନଗରର ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଯେଉଁ ୨ ଜଣ ବାଇକ୍‌ରେ ଆସି ଗୁଳି ଚାଳନ କରିଥିଲେ ସେମାନେ ହେଲ୍‌ମେଣ୍ଟ୍‌ ପିନ୍ଧିଥିଲେ। ଏ ଘଟଣାର ତଦନ୍ତ କରି ଏସ୍‌ଆଇଟି ଟିମ୍‌ ଆର୍‌ଟିଓ ଅଫିସ୍‌ରୁ ୧.୨ଲକ୍ଷ ବାଇକ୍‌ ସଂପର୍କରେ ସୂଚନା ସଂଗ୍ରହ କରିଛି।

 

ସମ୍ବନ୍ଧିତ ଖବର