ବେଙ୍ଗାଲୁରୁ : ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆଜି କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ ସନ୍ଦିଗ୍ଧ ଅଭିଯୁକ୍ତଙ୍କ କାଳ୍ପନିକ ଫଟୋଚିତ୍ର(ସ୍କେଚ୍) ସର୍ବସାଧାରଣରେ ଜାରି କରିଛନ୍ତି। ଏହି ଫଟୋଚିତ୍ର ଆଧାରରେ ଜନସାଧାରଣ ହତ୍ୟାକାରୀଙ୍କୁ ଧରାଇଦେବାରେ ପୁଲିସକୁ ସାହାଯ୍ୟ କରିବେ ବୋଲି ଏସ୍ଆଇଟି ଅନୁରୋଧ କରିଛି। ଅପରପକ୍ଷେ, ପୂର୍ବରୁ ସନାତନ ସଂସ୍ଥାନ ସହ ଜଡ଼ିିତ ୫ ଜଣ ବ୍ୟକ୍ତି ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମ୍ପର୍କିତ ପ୍ରକାଶିତ ଖବର ଭିତ୍ତିହୀନ ଏବଂ ଏସ୍ଆଇଟି ପକ୍ଷରୁ ସେପରି କିିଛି ଖବର ଦିଆଯାଇନାହିଁ ବୋଲି ଏସ୍ଆଇଟି ମୁଖ୍ୟ ବିକେ ସିଂହ ସ୍ପଷ୍ଟ କରିଛନ୍ତି। ଏହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ବୋଲି ସେ କହିଛନ୍ତି। ସେହିପରି, ଏମ୍ଏମ୍ କଲବର୍ଗି ଏବଂ ଗୌରୀ ଲଙ୍କେଶଙ୍କ ହତ୍ୟାରେ ଗୋଟିଏ ପିସ୍ତଲ ବ୍ୟବହାର ହୋଇଥିବା କଥାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି।
ଗତ ମାସ ୫ ତାରିଖରେ ଲଙ୍କେଶଙ୍କୁ ତାଙ୍କ ବାସଭବନ ବାହାରେ ୨ ଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ। ଲଙ୍କେଶଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ଏକ ଆମେରିକୀୟ କମ୍ପାନି ସହାୟତାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ କାଳ୍ପନିକ ଚିତ୍ର ପ୍ରସ୍ତୁତ ହୋଇଛି ବୋଲି ଏସ୍ଆଇଟି କହିଛିି। ଅଭିଯୁକ୍ତମାନେ ଅପରାଧ ଘଟାଇବାର ସପ୍ତାହେ ପୂର୍ବରୁ ଲଙ୍କେଶଙ୍କ ଘର ନିକଟରେ ରହୁଥିଲେ ବୋଲି ଆସ୍ଆଇଟି ଅନୁମାନ କରୁଛି। ଜଣେ ସନ୍ଦିଗ୍ଧ ବାଇକ୍ ଚାଳକଙ୍କ ଭିଡିଓ କ୍ଲିପ୍ ମଧ୍ୟ ମିଳିଛି। ଏହି ମାମଲାରେ ୨୦୦ରୁ ୨୫୦ ଜଣଙ୍କୁ ଜେରା ସରିଥିବା ଶ୍ରୀ ସିଂହ କହିଛନ୍ତି। ତେବେ ହତ୍ୟାକାଣ୍ଡରେ ଜଡ଼ିତ ୨ ଜଣ ସନ୍ଦିଗ୍ଧଙ୍କୁ ନେଇ ତଦନ୍ତ ଚାଲିଥିବାବେଳେ ପୁଲିସ ୩ଟି ଚିତ୍ର ପ୍ରକାଶ କରିଛି। ସେଥିରୁ ଦୁଇଟି ଚିତ୍ର ଜଣେ ଅଭିଯୁକ୍ତର ବୋଲି ସ୍ପଷ୍ଟ କରାଯାଇଛି। ଭିନ୍ନ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଦୁଇ ଚିତ୍ରକରଙ୍କ ଦ୍ୱାରା ଏହା ଅଙ୍କାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି।
ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍ ଜାରି
ଗୌରୀ ଲଙ୍କେଶ ହତ୍ୟା ମାମଲା
/sambad/media/post_attachments/wp-content/uploads/2017/10/GauriKillers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)