ବେଙ୍ଗାଲୁରୁ : ଦକ୍ଷିଣ ପନ୍ଥୀ ସନାତନ ସଂସ୍ଥା ଅନୁଷ୍ଠାନ ସହ ଜଡ଼ିତ ଥିବା ୫ ଜଣ ସଦସ୍ୟ ସାମ୍ବାଦିକା ଏବଂ ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଛି । ଗୌରୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରକାଶ କରିଛନ୍ତି ଯେ ହତ୍ୟାକାଣ୍ଡ ପଛର ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଏହି ୫ ଜଣ ରହିଛନ୍ତି। ସମସ୍ତ ଅଭିଯୁକ୍ତମାନେ ନିଖୋଜ ଅଛନ୍ତି ଏବଂ ସେମାନେ ହେଉଛନ୍ତି କୋହ୍ଲାପୁରର ପ୍ରବୀଣ କୁମାର , ମାଙ୍ଗାଲୋରର ଜୟପ୍ରକାଶ ଓରଫ ଆନ୍ନା, ପୁଣେର ସରଙ୍ଗ ଆକୋଲକର, ସାଙ୍ଗଲିର ରୁଦ୍ର ପଟିଲ ଏବଂ ସତରାର ବିନୟ ପାଓ୍ଵାର। ପୂର୍ବରୁ ଅଗଷ୍ଟ ୨୦, ୨୦୧୩ରେ ହେତୁବାଦୀ ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟାକାଣ୍ଡ ନେଇ ସିବିଆଇ ତଦନ୍ତରେ ରୁଦ୍ର ପଟିଲ,ସାରଙ୍ଗ ଆକୋଲକର ଏବଂ ବିନୟ ପାଓ୍ଵାରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଫେବୃଆରୀ, ୧୬, ୨୦୧୫ରେ ବାମପନ୍ଥୀ ଚିନ୍ତକ ଏବଂ ହେତୁବାଦୀ ଗୋବିନ୍ଦ ପନସାରେଙ୍କ ହତ୍ୟାକାଣ୍ଡରେ ମହାରାଷ୍ଟ୍ରର ଏସଆଇଟି ତଦନ୍ତରେ ମଧ୍ୟ ଏହି ୩ ଜଣଙ୍କ ନାଁ ରହିଥିଲା ଏବଂ ଅଗଷ୍ଟ ୩୦, ୨୦୧୫ରେ କନ୍ନଡ ସ୍କଲାର ଏବଂ ବିଶେଷଜ୍ଞ ଏମଏମ କଲବୁର୍ଗିଙ୍କ ହତ୍ୟାକାଣ୍ଡ ନେଇ ତଦନ୍ତପ୍ରକ୍ରିୟାରେ ଏମାନଙ୍କ ନାଁ ଉଠିଥିଲା।
ଗୌରୀ ଲଙ୍କେଶ ହତ୍ୟାକାଣ୍ଡ: ୫ ମୁଖ୍ୟ ଅଭିଯୁକ୍ତ ସନାତନ ସଂସ୍ଥା ସହ ଜଡ଼ିତ
/sambad/media/post_attachments/wp-content/uploads/2017/10/Gauri-Lankesh1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)