ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ଏହିମାନଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ସରକାର ଗତ ବୁଧବାର ଦିନ ଆଧାର ସଂଯୋଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ସରକାର କରିଥିିବା ପରିବର୍ତ୍ତନ ଅନୁସାରେ ବୃଦ୍ଧ, ରୋଗୀ ଓ ଆଘାତ ପାଇଥିବା ବ୍ୟକ୍ତିଙ୍କୁ ପାଇଁ ଆଧାର ପ୍ରମାଣପତ୍ର ଦେବା ନେଇ ନିୟମ କୋହଳ କରାଯାଇଛି। ଏବେ ଉପରୋକ୍ତ ବ୍ୟକ୍ତିମାନେ ବ୍ୟାଙ୍କ ଖାତାରେ ନିଜର ପରିଚୟର ପ୍ରମାଣ ପାଇଁ ଆଧାର ସ୍ଥାନରେ କୌଣସି ବି ଅନ୍ୟ ପ୍ରକାର ପରିଚୟ ପତ୍ର ବ୍ୟବହାର କରିପାରିବେ । ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ନିୟମକୁ କୋହଳ କରିଥିଲେ।

ସରକାର ଏଥିପାଇଁ ବୁଧବାର ଦିନ ନୋଟିଫିକେସନ୍‌ ଜାରି କରିଛନ୍ତି । ଯେଉଁଠି କୁହାଯାଇଛି ମନି ଲଣ୍ଡ୍ରିଂ ନିୟମର ଚିହ୍ନଟର ବିକଳ୍ପ ବ୍ୟବସ୍ଥାରେ ସଂଶୋଧନ ପାଇଁ ଏପରି କରାଯାଇଛି । କିଛି ସ୍ୱତନ୍ତ୍ର ଶ୍ରେଣୀର ଲୋକ ଏହାର ଲାଭ ଉଠାଇପାରିବେ, ଯାହାଙ୍କୁ ବାୟୋମେଟ୍ରିକ ପ୍ରମାଣୀକରଣ ଅସୁବିଧାର ସାମ୍ନା କରିବା ପାଇଁ ପଡ଼ୁଛି ।

ତେବେ ଏନେଇ ଆଧାର ନିୟନ୍ତ୍ରଣ କରୁଥିବା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ (ୟୁଆଇଡ଼ିଏଆଇ)ର ସିଓଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଛନ୍ତି ନିୟମରେ ପରିବର୍ତ୍ତନ ଯୋଗୁଁ ବୃଦ୍ଧ ବ୍ୟକ୍ତି, ଆଘାତ ପାଇଥିବା ବ୍ୟକ୍ତି ଓ ରୋଗୀଙ୍କୁ ଅସୁବିଧା ହେବ ନାହିଁ । ଆଧାର କାର୍ଡ଼ ବିନା ବ୍ୟାଙ୍କିଂ ଓ ଅନ୍ୟ ଆର୍ଥିକ ସେବାର ଉପଯୋଗ କରିପାରିବେ ।

ସମ୍ବନ୍ଧିତ ଖବର