ଅଶ୍ଳୀଳ ଫିଲ୍ମ ଉପରେ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରସାରିତ ହେଉଥିବା ଅଶ୍ଳୀଳ ଫିଲ୍ମ ବା ଭିଡିଓ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏବେ ଗୁରୁତ୍ୱର ସହ ବିଚାର କରୁଛନ୍ତି କେନ୍ଦ୍ର ସରକାର | କେନ୍ଦ୍ର ସରକାର ଇଣ୍ଟରନେଟ୍ କମ୍ପାନିଗୁଡିକୁ ୬୭ଟି ଅଶ୍ଳୀଳ ୱେବସାଇଟ୍ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୂରସଂଚାର ମନ୍ତ୍ରାଳୟ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ପଠାଯାଇଥିବା ଏକ ଇମେଲରେ ୬୦ରୁ ଅଧିକ ଅଶ୍ଳୀଳ ୱେବସାଇଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ, ବର୍ତ୍ତମାନ ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ବିଷୟରେ ସୂଚନା ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଶ୍ଳୀଳ ୱେବସାଇଟ୍ ଉପରେ ପ୍ରତିବନ୍ଧକ, ଏହା ପଛରେ ଥିବା ଉଦ୍ଦେଶ୍ୟ, ଦଣ୍ଡବିଧାନ ବାବଦରେ ଉତ୍ତର ରଖିଛନ୍ତି |

ସାଇବର ଅପରାଧର ମୁକାବିଲା ପାଇଁ ସରକାର ନେଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ ମଧ୍ୟ ରାଜୀବ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶ ପରେ ୬୭ଟି ଅଶ୍ଳୀଳ ୱେବସାଇଟ୍ ବ୍ଲକ କରାଯାଇଛି | ରାଜୀବ କହିଛନ୍ତି ଯେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ (ଆଇଟି ଆକ୍ଟ) ଯିଏ ଅଶ୍ଳୀଳ ଭିଡିଓ ପ୍ରସାରଣ କରିବ ଧାରା ୬୭ଏ ଏବଂ ୬୭ବି ଦ୍ୱାରା ଦଣ୍ଡିତ ହେବେ | ଏଥିରେ ୩ ରୁ ୫ ବର୍ଷ କାରାଦଣ୍ଡ ବିଷୟରେ ଉଲ୍ଲେଖ ଅଛି। ସୂଚନା ଥାଉ କି ଯେ ୨୦୧୫ ମସିହାରେ ମଧ୍ୟ ଭାରତ ସରକାର ୮୦୦ ରୁ ଅଧିକ ଅଶ୍ଳୀଳ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ସରକାର ସ୍ପଷ୍ଟ କରିଥିଲେ ଯେ ଶିଶୁଙ୍କ ସହ ଜଡିତ ଅଶ୍ଳୀଳ ୱେବସାଇଟକୁ ନିଷିଦ୍ଧ କରିବା ପାଇଁ ଏହି ନିଷେଧାଦେଶ ଆବଶ୍ୟକ।

ସମ୍ବନ୍ଧିତ ଖବର