ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଞ୍ଚଳିକ ଖବରକାଗଜଗୁଡ଼ିକୁ ଅନୁରୋଧ କରିଛନ୍ତି ଯେ ଯଦି ସେମାନେ ସରକାରୀ ବିଜ୍ଞାପନ ଛାପିବାକୁ ଚାହାଁନ୍ତି ତେବେ ‘ସକରାତ୍ମକ’ ଖବର ପ୍ରକାଶ କରନ୍ତୁ।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ମମତା ଆହୁରି ମଧ୍ୟ କହଥିଲେ ଯେ ସେ ନକାରାତ୍ମକ ଖବର ଚାହୁଁନାହାଁନ୍ତି। ଖବରକାଗଜ ପ୍ରକାଶକମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ସଂସ୍ଥା ଦ୍ୱାରା ପ୍ରକାଶିତ ଖବରକାଗଜ ଦାଖଲ କରିବାକୁ ସେ କହିଛନ୍ତି। ସେମାନଙ୍କ ଖବରକାଗଜରେ ପ୍ରକାଶିତ ଖବରଟି ‘ସକରାତ୍ମକ’ ନା ‘ନକାରାତ୍ମକ’ ତାହାର ଯାଞ୍ଚ କରି ଜିଲ୍ଲାପାଳମାନେ ମୋତେ ରିପୋର୍ଟ କରିବେ। ଯଦି ଆପଣମାନେ ‘ସକରାତ୍ମକ’ ଖବର ଛାପିଥିବାର ରିପୋର୍ଟ ମିଳେ ତେବେ ମୁଁ ଡିଏମଙ୍କୁ ଆପଣଙ୍କୁ ସରକାରୀ ବିଜ୍ଞାପନ ଦେବା ପାଇଁ କହିବି ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି।
You need to publish positive news about the Govt to get ads. I don’t want negative news. Submit your publication with the office of Commissioner or SP as applicable. They will assess whether you are doing positive or negative news.
Ads only to those who publish positive news… pic.twitter.com/0carsOgCT1
— Amit Malviya (@amitmalviya) December 7, 2021
ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜ ପ୍ରକାଶକମାନେ ସବୁବେଳେ ଭଲଟାକୁ ପ୍ରଦର୍ଶନ କରିବା ଏବଂ ନକାରାତ୍ମକତାକୁ ସକାରାତ୍ମକତାରେ ପରିଣତ କରିବା ଆବଶ୍ୟକ। ଗୋଟିଏ ଆଞ୍ଚଳିକ ସମ୍ବାଦପତ୍ରର ଜଣେ ସ୍ଥାନୀୟ ସାମ୍ବାଦିକ ତାଙ୍କ ସମ୍ବାଦପତ୍ରକୁ ସରକାରୀ ବିଜ୍ଞାପନ ମିଳୁ ନଥିବା ନେଇ ଅଭିଯୋଗ କରିବା ପରେ ଏପରି କହିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ତେବେ, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମମତା ବାନାର୍ଜୀ ଦେଇଥିବା ବିବୃତ୍ତିର ଅନୁବାଦ ସହିତ ଟ୍ଵିଟରରେ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ କ୍ଲିପ୍ ସେୟାର କରିବା ପରେ ଏହା ବର୍ତ୍ତମାନ ଭାଇରାଲ ହୋଇଯାଇଛି।