ଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ଏପ୍ରିଲ୍‌ରୁ ବ୍ୟବହାର ହେବ ୟୁରୋ-୬ ଇନ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀକୁ ଏକ ପ୍ରଦୂଷଣ ଚାଦର ଘୋଡ଼ାଇ ଦେଲା ଭଳି ଦୃଶ୍ୟମାନ ହେଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଲୋକମାନଙ୍କୁ କେବଳ ଜରୁରୀକାମରେ ହିଁ ବାହାରକୁ ବାହାରିବା ପାଇଁ କହିଛନ୍ତି। ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ଲଗାଇବା ସହିତ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ ରଖିବାକୁ ପାଇଁ କହିଛନ୍ତି, ନଚେତ ଏହା ଶରୀର ପକ୍ଷେ କ୍ଷତି କାରକ ହେବ।

ତେବେ ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଇନ୍ଧନ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦେଖି ୨୦୧୮ ଏପ୍ରିଲରୁ ନୂଆଦିଲ୍ଲୀରେ ୟୁରୋ-୬ ମାନର ଇନ୍ଧନ ବ୍ୟବହାର ଆରମ୍ଭ କରାଯିବ। ଏହା ଦ୍ୱାରା ଯାନବାହନ ପ୍ରଦୂଷଣ ଅନେକ ମାତ୍ରାରେ ହ୍ରାସ ପାଇବ। ୨୦୨୦ରେ ୟୁରୋ-୬ ଇନ୍ଧନର ବ୍ୟବହାର କାର୍ଯ୍ୟକାରୀ କରାଯିବାର ପ୍ରସ୍ତାବ ଥିଲେ ହେଁ ଦୁଇ ବର୍ଷ ପୂର୍ବରୁ ଏହା ଆରମ୍ଭ କରିବାକୁ ତୈଳ ମନ୍ତ୍ରାଳୟ ଘୋଷଣା କରିଛି।

ତୈଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଦିଲ୍ଲୀରେ ଯାତାୟାତ କରୁଥିବା ଯାନବାହାନରେ ଏବେ ୟୁରୋ-୪ ମାନର ଇନ୍ଧନ ବ୍ୟବହାର କରାଯାଉଛି। ଏହା ଯଦି ୨୦୨୦ ପର୍ଯ୍ୟନ୍ତ ବ୍ୟବହାର କରାଯିବ ତେବେ ପ୍ରଦୂଷଣ ସ୍ତର ଅନିୟନ୍ତ୍ରିତ ଅବସ୍ଥାକୁ ଚାଲିଯିବ। ମନ୍ତ୍ରାଳୟ ଆଗାମୀ ବର୍ଷ ଦିଲ୍ଲୀରେ ବିଏସ୍‌-୬ ଇନ୍ଧନ ୨୦୧୯ ପର୍ଯ୍ୟନ୍ତ ଯୋଗାଇବା ପାଇଁ ସମସ୍ତ ତେଲ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ଦିଲ୍ଲୀ ଓ ତାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣରସ୍ତରକୁ ହ୍ରାସ କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର