ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୧୮ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତିମାନେ ହେଲେ ବୈଜ୍ଞାନିକ ଅରବିନ୍ଦ ଗୁପ୍ତା, ଚିକିତ୍ସକ ଲକ୍ଷ୍ମୀ କୁଟ୍ଟୀ, ଗଣ୍ଡ କଳାକାର ଭାଜୁ ଶ୍ୟାମ, ୯୮ ବର୍ଷୀୟ ସମାଜସେବୀ ସୁଧାଂଶୁ ବିଶ୍ୱାସ ଓ ଭାରତରେ ପାଲିଆଟିଭ କେୟାରର ଜନକ ଏମଆର ରାଜଗୋପାଳ । ଏହା ଛଡ଼ା ଭାରତର ପ୍ରଥମ ପାରାଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀକାନ୍ତ ପେଟକର, ପ୍ଲାଷ୍ଟିକ ସଡ଼କ ନିର୍ମାଣକାରୀ ରାଜଗୋପାଲନ ବାସୁଦେବନ, ଗରିବଙ୍କ ପାଇଁ ହସପିଟାଲ ନିର୍ମାଣ କରିଥିବା ସୁଭାଷିନୀ ମିସ୍ତ୍ରୀ, ତାମିଲ ଲୋକକଳାକାର ବିଜୟ ଲକ୍ଷ୍ମୀ, ଧାଈ ସେବିକା ସୁଲଗଟ୍ଟି ନରସମା, ତିବ୍ଦତୀୟ ଚିକିତ୍ସକ ୟେସି ଧୋଣ୍ଡେନ ପ୍ରମୁଖ ମଧ୍ୟ ପ୍ରଦ୍ମଶ୍ରୀ ପୁରସ୍କାର ପାଇବେ ।
ଏଥର ପ୍ରାୟ ୧୫୭୦୦ ବ୍ୟକ୍ତି ପଦ୍ନ ପୁରସ୍କାର ପାଇବା ପାଇଁ ଆବେଦନ କରିଥିଲେ । କିନ୍ତୁ ସରକାର ପ୍ରଚାରପ୍ରସାରଠାରୁ ଦୂରେଇ ରହି ଲୋକଙ୍କ ସେବା କରୁଥିବା ବ୍ୟକ୍ତିମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Padma.jpg)