ସଂସଦର ଲୋକସଭାରେ ସରକାର ଆଗତ କଲେ ଉଚ୍ଚଜାତିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌, ଅପରାହ୍ଣରେ ହେବ ବିତର୍କ

ନୂଆଦିଲ୍ଲୀ: ଉଚ୍ଚଜାତିର ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ମୋଦି ସରକାର ସଂସଦର ଲୋକସଭାରେ ଆଜି ଏକ ନୂତନ ବିଲ୍‌ ଆଗତ କରିଛନ୍ତି।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ତହ୍ଵର ଚାନ୍ଦ ଘେଲୋଟ ସଂସଦର ଲୋକସଭାରେ ଏହି ନୂତନ ବିଲ୍‌କୁ ଉପସ୍ଥାପିତ କରିବା ଅବସରରେ କହିଛନ୍ତି ଯେ ଉଚ୍ଚଜାତିରେ ରହିଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷମାନେ ସେମାନଙ୍କର ଆର୍ଥିକ ଅନଗ୍ରସରତା କାରଣରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସୁବିଧା ହାସଲ କରିବାକୁ ଅସମର୍ଥ ହେଉଥିଲେ। ସେମାନଙ୍କର ଏହି ଅସୁବିଧାକୁ ହୃଦୟଙ୍ଗମ କରି ମୋଦି ସରକାର ଉଚ୍ଚଜାତିର ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ନୂତନ ବିଲ୍‌ ଆଣିଛନ୍ତି। ଆଜି ସଂସଦର ଶୀତକାଳୀନ ଅଧିବେସନର ଶେଷ କାର୍ଯ୍ୟ ଦିବସରେ ଆଗତ ହୋଇଥିବା ଏହି ବିଲ୍‌ ଉପରେ ଆଜି ଅପରାହ୍ଣରେ ବିତର୍କ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର