ଅଯୋଧ୍ୟା ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଲେ ସରକାର

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ସରକାର ପ୍ରଥମେ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ଏହି ପରିମାଣକୁ ଟ୍ରଷ୍ଟ୍‌କୁ ଦାନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଟଙ୍କା ଖର୍ଚ୍ଚ କରିବେ ନାହିଁ। ଦାନରୁ ହିଁ ମନ୍ଦିର ନିର୍ମାଣ ହେବ। ଟ୍ରଷ୍ଟ୍‌ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଗ୍ରହଣ କରିବ ଏବଂ ଲୋକମାନେ ମଧ୍ୟ ଏଥିପାଇଁ ଟଙ୍କା ଦେଇପାରିବେ। ସ୍ଥାବର ସମ୍ପତ୍ତିକୁ ମଧ୍ୟ ଟ୍ରଷ୍ଟ୍‌କୁ ଦାନ କରିହେବ। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରେ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରକୁ ଗୋଟିଏ ଇଟା ଏବଂ ୧୧ ଟଙ୍କା ‌ଲେଖାଏଁ ଦାନ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର