ନୂଆଦିଲ୍ଲୀ : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଗ୍ରାହକ ବ୍ୟାପାର ବିଭାଗ, ସେପ୍ଟେମ୍ବର ୨୨, ୨୦୨୫ରୁ ଲାଗୁ ହେଉଥିବା ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ଏକ ସଂଶୋଧିତ ପରାମର୍ଶ ଜାରି କରିଛି। ଆଇନଗତ ମାପ (ପ୍ୟାକେଜ୍ଡ କମୋଡିଟିଜ୍) ନିୟମ, ୨୦୧୧ର ନିୟମ ୩୩ ଅନୁଯାୟୀ, କେନ୍ଦ୍ର ସରକାର ଶିଳ୍ପ ଉପରେ ଅନୁପାଳନ ବୋଝ ହ୍ରାସ କରିବା ଏବଂ କମ ଜିଏସଟିର ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶାବଳୀକୁ କୋହଳ କରିଛନ୍ତି।

Advertisment

ସରକାରୀ ପରାମର୍ଶ ଅନୁଯାୟୀ, ଯଦି ପ୍ୟାକେଜରେ ମୁଦ୍ରିତ ମୂଳ ଏମଆରପି ଅସ୍ପଷ୍ଟ ନଥାଏ ନିର୍ମାତା, ପ୍ୟାକର୍ ଏବଂ ଆମଦାନିକାରୀମାନେ ସେପ୍ଟେମ୍ବର ୨୨, ୨୦୨୫ ପୂର୍ବରୁ ନିର୍ମିତ ଓ ବିକ୍ରି ହୋଇନଥିବା ପ୍ୟାକେଜଗୁଡ଼ିକରେ ସ୍ୱେଚ୍ଛାକୃତ ଭାବରେ ସଂଶୋଧିତ ମୂଲ୍ୟ ଷ୍ଟିକର ଲଗାଇପାରିବେ । ଅର୍ଥାତ ଏହା ଲଗାଇବା ବାଧ୍ୟତାମୂଳକ ନୁହେଁ ଏବଂ ସଂଶୋଧିତ ମୂଲ୍ୟ ଘୋଷଣା କରିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକ ପାଇଁ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ। 

ଏହା ବ୍ୟତୀତ, ନିୟମ ୧୮(୩) ଅନୁଯାୟୀ ଦୁଇଟି ଖବରକାଗଜରେ ସଂଶୋଧିତ ଏମଆରପି ପ୍ରକାଶ କରିବାର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏହା ବଦଳରେ, ନିର୍ମାତା ଏବଂ ଆମଦାନିକାରୀମାନଙ୍କୁ ଏବେ କେବଳ ପାଇକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ସଂଶୋଧିତ ମୂଲ୍ୟ ତାଲିକା ପ୍ରଦାନ କରିବାକୁ ପଡିବ। ଏହାର କପି କେନ୍ଦ୍ର ସରକାରଙ୍କ ଆଇନଗତ ମାପ ବିଜ୍ଞାନ ନିର୍ଦ୍ଦେଶକ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଆଇନଗତ ମାପ ବିଜ୍ଞାନ ନିୟନ୍ତ୍ରକଙ୍କ ନିକଟକୁ ପଠାଯିବ। ଏହା ଅନୁପାଳନକୁ ସରଳ କରିବ ଏବଂ ଶିଳ୍ପ ଉପରେ ପ୍ରକ୍ରିୟାଗତ ବୋଝ ହ୍ରାସ କରିବ।

ଏହି ପରାମର୍ଶ ମାଧ୍ୟମରେ ଆସନ୍ତା  ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ କିମ୍ବା ଷ୍ଟକ୍ ଶେଷ ନହେବା ପର୍ଯ୍ୟନ୍ତ, ଯାହା ପୂର୍ବରୁ ହୁଏ, ଜିଏସଟି ସଂଶୋଧନ ପୂର୍ବରୁ ମୁଦ୍ରିତ ପୁରୁଣା ପ୍ୟାକେଜିଂ ସାମଗ୍ରୀ କିମ୍ବା ରାପର ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କମ୍ପାନୀଗୁଡ଼ିକ ଏପରି ପ୍ୟାକେଜିଂରେ ଯେକୌଣସି ଉପଯୁକ୍ତ ସ୍ଥାନରେ ଷ୍ଟାମ୍ପ, ଷ୍ଟିକର କିମ୍ବା ଅନଲାଇନ୍ ପ୍ରିଣ୍ଟିଂ ଲଗାଇ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ସଂଶୋଧନ କରିପାରିବେ।