ନିର୍ମାଣାଧୀନ ବହୁମୁଖୀ ପୋଲାଭରମ ପ୍ରକଳ୍ପର ସମୟ ସୀମା ୨ ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ପୋଲାଭରମ ପ୍ରକଳ୍ପର ସମୟ ସୀମାକୁ କେନ୍ଦ୍ର ସରକାର ୨ ବର୍ଷ ବୃଦ୍ଧି କରିଛନ୍ତି। ପ୍ରକଳ୍ପର ସମୀକ୍ଷା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ର ପରିବେଶ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଆଜି ସେ ଆଦେଶନାମାରେ ସ୍ୱାକ୍ଷର କରିଛନ୍ତି। ମନ୍ତ୍ରାଳୟ ନିର୍ମାଣାଧୀନ କାମକୁ ୨ ବର୍ଷ ବୃଦ୍ଧି କରିଥିବା ନେଇ ଅନୁମତି ଦେଇଥିବା ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୋଲାଭରମ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହି ପ୍ରକଳ୍ପରୁ ଆନ୍ଧ୍ରପ୍ରଦେଶର ୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିବ। ଏତଦ୍‌ ବ୍ୟତୀତ ଏହି ପ୍ରକଳ୍ପରୁ ୯୬୦ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ। ସେହିଭଳି ବିଶାଖାପାଟଣା, ପୂର୍ବ ଗୋଦାବରୀ ଓ କ୍ରିଷ୍ଣା ଜିଲ୍ଲାର ୫୪୦ ଗ୍ରାମର ୨୫ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ ୨୦୧୧ରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଏହି ପ୍ରକଳ୍ପର ନିର୍ମାଣକୁ ବନ୍ଦ କରିଥିଲେ କିନ୍ତୁ ୨୦୧୪ରେ ଏନଡିଏ ସରକାର ଆସିବା ପରେ ନିର୍ମାଣ କାମ ପୁଣି ଥରେ ଗତି କରିଥିଲା। ଏନଡିଏ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର କହିଥିଲା ଯେ, ଏହା ଜାତୀୟ ସ୍ତରରର ପ୍ରକଳ୍ପ।

ସମ୍ବନ୍ଧିତ ଖବର